ଝିମାଣୀ, 25/11/2024, ଉତ୍କଳ voice news - utkalvoicenews.comକୁଜଙ୍ଗ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମର(ବହ୍ରାଡ଼ିଆ)ଦଳିତ ସାହିରେ ପ୍ରାୟ ୨ଶହରୁ ଉର୍ଦ୍ଧ ଲୋକେ ବସବାସ କରୁଥିବା ବେଳେ ନାଁ ଅଛି ପାନୀୟ ଜଳର ବ୍ୟବସ୍ଥା ନାଁ ଅଛି ଯାତାୟାତ କରିବା ପାଇଁ ଭଲ ରାସ୍ତା ଖଣ୍ଡିଏ।ଯାହାକୁ ନେଇ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମର ଲୋକମାନେ।ତେବେ ଏହି ଗ୍ରାମରେ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଯଦି କେହି ଅସୁସ୍ଥ ହୋଇ ପଡୁଛନ୍ତି ଏହି ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରୁନାହିଁ।ଫଳରେ ରୋଗାଗ୍ରସ୍ତ ହୋଇଥିବା ଲୋକଟି ଚିକିତ୍ସା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଏହି ବାହ୍ରାଡ଼ିଆ ଗ୍ରାମକୁ ପାନୀୟ ଜଳର ବ୍ୟବସ୍ଥା ଓ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ କରିବା ପାଇଁ ମାନ୍ୟବର ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ,ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ,କୁଜଙ୍ଗ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଦ୍ଵିପକ ପ୍ରସାଦ ସ୍ଵାଇଁ,ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲଙ୍କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଝିମାଣୀ(ବର୍ହାଡ଼ିଆ) ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି।