ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ଭାବେ ଗଙ୍ଗାଧର ବିଷୋୟୀ ମନୋନୀତ

ବୁଗୁଡ଼ା, 16/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପଞ୍ଚ ଶୈବ ପୀଠ ତଥା ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠିତ 'ବୁଦ୍ଧଖୋଲ ଉନ୍ନୟନ ସମିତି'ର ମଧ୍ୟକାଳୀନ ସାଧାରଣ ସମ୍ପାଦକ ଭାବେ ସମାଜସେବୀ ଗଙ୍ଗାଧର ବିଷୋୟୀଙ୍କୁ ମନୋନୀତ କରାଯାଇଛି।ସମିତିର ସଭାପତି ତଥା ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଶ୍ରୀ ବିଷୋୟୀଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ଦାଶ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ ଉକ୍ତ ଇସ୍ତଫା ପତ୍ରକୁ ଗ୍ରହଣ କରିବା ପରେ ଶ୍ରୀ ବିଷୋୟୀଙ୍କୁ ନୂତନ ସମ୍ପାଦକ ଭାବେ ମନୋନୀତ କରି ଦାୟିତ୍ଵ ପ୍ରଦାନ କରିଛନ୍ତି।ଏହା ପରେ ଶ୍ରୀ ବିଷୋୟୀ ବିଧିବଦ୍ଧ ଭାବେ ପୂର୍ବତନ ସମ୍ପାଦକ ଶ୍ରୀ ଦାଶଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ବୁଦ୍ଧଖୋଲ ପୀଠର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ସମିତିର ସମସ୍ତ ସଦସ୍ୟ ଶ୍ରୀ ବିଷୋୟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
6