ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏବିଭିପି ତରଫରୁ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବା ଦିବସ ଅବସରରେ ଛାତ୍ର ସମାବେଶ

ଜଗତସିଂହପୁର, 16/01/2026, ଉତ୍କଳ voice news - utkalvoicenews.com( ଓମ ଦାସ କ ରିପୋର୍ଟ ) :
Article Image
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା ତରଫରୁ ଜଗତସିଂହପୁର ନଗର କଲେଜ ଛକ ରେ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବା ଦିବସ ଅବସରରେ ଏକ ଛାତ୍ର ସମାବେଶ ଅନୁଷ୍ଠିତ ହୋଯାଇଅଛି।। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଏବିଭିପି ର ଉପ-ସଭାପତି ବଇଲୋଚନ ଦାସ, ରାଜ୍ୟ ସହ-ସମ୍ପାଦକ ରାଜକୁମାର ମିଶ୍ର, ଛାତ୍ର ନେତା ଏବିଭିପି ଜଗତସିଂହପୁର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ଏସ୍ ଏଫ୍ ଡି ସହ ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତି, ଛାତ୍ର ନେତା ଏବିଭିପି କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ରାଜ୍ୟ ସି ଡି ଡି ସହ ସଂଯୋଜକ ଚିନ୍ମୟ ପ୍ରସାଦ ବାହାଲିୟା ଓ ଜଗତସିଂହପୁର ନଗର ସଭାପତି ସୁରେଶ କୁମାର ପଲେଇ ଯୋଗ ଦେଇଥିଲେ। ରାଜ୍ୟ ସହ ସଂପାଦକ ରାଜକୁମାର ତାଙ୍କ ଭାଷଣରେ ବିବେକାନନ୍ଦ ଙ୍କ ଚରିତ୍ର, ଆଜିର ଯୁବ ପିଠି ମାନଙ୍କୁ ଏକତା ସୂତ୍ର ରେ ବାନ୍ଧି ରହିବା ପାଇଁ ଆହ୍ବାନ ଦେଇଥିଲେ। ଚିନ୍ମୟ ବାହାଲିୟା ତାଙ୍କ ଅଭିଭାଷଣରେ ମଣିଷ ଭିତରେ ଭଗବାନ ଙ୍କୁ ଦେଖି ମାନବ ସେବା କରି ବିଶ୍ଵ ରେ ଭାରତ କୁ ଶୀର୍ଷତମ କରିବା ପାଇଁ ଆହ୍ବାନ ଦେଇଥିଲେ।। ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ଦୃଢ଼ତି ପ୍ରକାଶ କରି କହିଥିଲେ ଯେ ସମଗ୍ର ଜିଲ୍ଲାରେ ବିଦ୍ୟାର୍ଥୀ ପରିଷଦ ତା'ର ବିଚାର କୁ ବିସ୍ତାର କରି ସାରିଅଛି ଓ ସମସ୍ତ ଛାତ୍ର ସମାଜ ଭାରତ କୁ ବିଶ୍ୱଗୁରୁ କରିବା ପାଇଁ ଆହ୍ବାନ ଦେଇଥିଲେ , ଅପରିଚିତା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ, କେ. ବି. ପ୍ରିୟୋତୋଷ, ଜ୍ୟୋତି ରଞ୍ଜନ ପରିଡ଼ା, ରିତେଶ ସିମନ, ରାଜପ୍ରସାଦ , ଆଶୁତୋଷ , ଦର୍ଶନ ଆଦି ସହଯୋଗ କରିଥିଲେ। ସର୍ବ ଶେଷରେ କଟକ ବିଭାଗ ସଂଯୋଜକ ତଥା ରାଜ୍ୟ ଖେଲୋ ଭାରତ ସଂଯୋଜକ ଜ୍ୟୋତି ରଞ୍ଜନ ପରିଡ଼ା ଧନ୍ୟବାଦ ଜ୍ଞାପନ କରିଥିଲେ।
Article Image
5