ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ବ୍ଲକରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କୁଜଙ୍ଗ , 17/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଆଜି କୁଜଙ୍ଗ ବ୍ଲକ ପଞ୍ଚାୟତ ସମିତି ସଭାଗୃହ ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପରିବହନ ବିଭାଗ ମାର୍ଗଦର୍ଶିକା ଅନୁଯାଇ ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହେବା ଅବସରରେ ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ନିର୍ଦ୍ଦେଶାନୁଯାଇ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦୀପକ ପ୍ରସାଦ ସ୍ୱାଇଁ ଙ୍କ ସଭାପତିତ୍ୱରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ କୁଜଙ୍ଗ ବ୍ଲକ ଅଙ୍ଗନୱାଡି ଶିକ୍ଷାକର୍ମି, ଆଶା କର୍ମି ଓ ସ୍ୱୟଂସହାୟିକା କର୍ମି ମାନେ ଯୋଗଦେଇଥିଲେ। ସମାଜସେବୀ ତଥା ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରି ଉପସ୍ଥିତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ର ଅତିରିକ୍ତ ପରିବହନ ଅଧିକାରୀ ପ୍ରତାପ କୁମାର ବେହେରା ଯୋଗଦେଇ ନିଜର ଅଭିଭାଷଣରେ କହିଥିଲେ ଜିଲ୍ଲାରେ ପ୍ରତେକ ଦିନ ଘଟୁଥିବା ସଡ଼କ ଦୃଘଟଣା ଜନିତ ମୃତ୍ୟୁ କୁ ପ୍ରତିହତ କରିବାକୁ ହେଲେ ଆମେମାନେ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ସଡ଼କ ସୁରକ୍ଷା ଜନିତ ମାର୍ଗଦର୍ଶିକା କୁ ଅନୁସରଣ କରି ନିଜର ପରିବାରର ସଦସ୍ୟ ମାନଙ୍କୁ ସଚେତନ କରିପାରିଲେ ଦୃଘଟଣା କୁ ଆମେ ଏଡାଇଦେଇ ପରିବା। ମୁଖ୍ୟବକ୍ତା ଭାବେ କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନିନାରାଣୀ ସାହୁ,ସ୍ୱତନ୍ତ୍ର ଅତିଥିଭାବେ ମାନ୍ୟବର ଶିଳ୍ପ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା, ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସୁପରଭାଇଜର ଦିଲ୍ଲୀପ ରାମ,କୁଜଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବନ୍ଦିତା ଦାସ, ପୋତାନାଇ ପଞ୍ଚାୟତ ସମିତି ସଭ୍ୟ ସତ୍ୟବାନ ମୁଦୁଲି ଯୋଗଦେଥିବା ବେଳେ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ମଲ୍ଲାସାହି ଗ୍ରା:ପ ସରପଞ୍ଚ ଧ୍ରୁବ ଚରଣ ନାୟକ,ପାଟପୁର ଗ୍ରା:ପ ସମିତିସଭ୍ୟ ଜ୍ୟୋତିପ୍ରକାଶ ପାଣି,ସାଇଲୋ ପଞ୍ଚାୟତ ପ୍ରଭାରୀ ଜିତେନ୍ଦ୍ର କୁମାର ସ୍ୱାଇଁ, ସୌଭାଗ୍ୟ ନାୟକ, ପ୍ରସନ୍ନ କୁମାର ସ୍ୱାଇଁ, ସ୍ବେଛାସେବୀ ବିନୋଦ କୁମାର ବରାଳ, ବିପିନ କୁମାର ବରାଳ,ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଏବଂ କୁଜଙ୍ଗ ବ୍ଲକ ର ବରିଷ୍ଠ ସାମ୍ବାଦିକ ମାନେ ଉପସ୍ଥିତ ହୋଇଥିବାରୁ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଡକ୍ଟର ବେହେରା ସମସ୍ତିକୁ ଧନ୍ୟବାଦ ପ୍ରଦାନ କରିଥିଲେ।
Article Image
Article Image
Article Image
5