ପାରାଦୀପ ଗଡ, 17/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲାର ଏକ ବୃହତ୍ତମ ଗ୍ରାମ ପଞ୍ଚାୟତ ହେଉଛି ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ll ୨୫ ଗୋଟି ୱାର୍ଡ ଓ ୫୦ ହଜାର ରୁ ଉର୍ଦ୍ଧ ଲୋକ ଏହି ପଞ୍ଚାୟତ ର ବସବାସ କରିଆସୁଛନ୍ତି l ୧୯୫୬ ମସିହାରୁ ଏହି ପଞ୍ଚାୟତ ରେ ପଞ୍ଚାୟତ ନିର୍ବାଚନ ହୋଇ ଆସୁଛି l ଶ୍ରୀମତୀ ସସ୍ମିତା ବେହେରା ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସରପଞ୍ଚ ଥିବା ବେଳେ ବ୍ୟାପକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିଲା l

ପୁନର୍ବାର ୨୦୨୨ ମସିହା ଠାରୁ ସରପଞ୍ଚ ଭାବେ ଦାୟିତ୍ବ ନେବା ପରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଅଙ୍ଗନୱାଡ଼ି କେନ୍ଦ୍ର, ମହିଳା ସମିତି, ଯୁବକ ସଂଘ, କୋଠଘର, ସୋଲାର ଷ୍ଟ୍ରିକ୍ଟ୍ ଲାଇଟ୍, ସୋଲାର ଜଳ ପ୍ରକଳ୍ପ, ଖେଳ ପଡିଆ, ରଜ ମହୋତ୍ସବ ପରି ଜନହିତକର କାର୍ଯ୍ୟ କରି ଜିଲ୍ଲାର ଚର୍ଚ୍ଚାରେ ଅଛନ୍ତି l ଉକ୍ତ ଦୃତ ବିକାଶ ପାଇଁ ପଞ୍ଚାୟତ ର ସମସ୍ତ ୨୫ ଜଣ ୱାର୍ଡ ସଭ୍ୟ,ସଭ୍ୟା ଙ୍କ ପୂର୍ଣ୍ଣ ସହଯୋଗ ଥିବାରୁ ଏକ ସ୍ବତନ୍ତ୍ର ସଭାରେ ଆର୍ସେଲର ମିତ୍ତଲ ଓ ନିପୋନ ଷ୍ଟିଲ, ପାରାଦୀପ ସହଭାଗିତାରେ ହ୍ୟୁମାନ ପିପୂଲ୍ସ ଅଫ ଇଣ୍ଡିଆ ତରଫରୁ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ରବୀନ୍ଦ୍ର ମେହେର ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ମାନଙ୍କୁ ପ୍ରଶଂସା କରିବା ସହିତ ପୁଷ୍ପ ଗୁଚ୍ଛ, ନବବର୍ଷ ଡାଏରୀ, ପେନ୍, ମିଠା ପ୍ୟାକେଟ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ l ପାରାଦୀପ ଗଡ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ପରେ ଆଗାମୀ ଦିନରେ ପଞ୍ଚାୟତ ରେ ବ୍ୟାପକ ଉନ୍ନୟନ ମୂଳକ କାର୍ଯ୍ୟ ହେବା ସହିତ ପାରାଦୀପ ଗଡରେ ଖୁବ୍ ଶୀଘ୍ର +୨ କଲେଜ କଲେଜ୍ ଖୋଲାଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ସରପଞ୍ଚ ଶ୍ରୀମତୀ ବେହେରା ସୂଚନା ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେର, ପ୍ରଭାତ ସିଂ, ପ୍ରମୋଦ ରଞ୍ଜନ କର, ମାମୁନି ସ୍ଵାଇଁ,ଖିରସିନ୍ଧୁ ମେହେର, ମାନସୀ ବେଉରା ପ୍ରମୁଖ ସରପଞ୍ଚ ଓ ୱାର୍ଡ ସଭ୍ୟ, ସଭ୍ୟା ମାନଙ୍କୁ ଗଠନ ମୂଳକ ସହଯୋଗ ପାଇଁ ଧନ୍ୟବାଦ୍ ଦେଇଥିଲେ l


