ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରସିଦ୍ଧ ସର୍ବମଙ୍ଗଳାଙ୍କ ତୃତୀୟ ବାର୍ଷିକ ଯଜ୍ଞ ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ, 17/01/2026, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ବଜାର ଅନ୍ତର୍ଗତ ଢଙ୍କୁଣିଆ ସାହିରେ ଥୁବା ପ୍ରସିଦ୍ଧ ସର୍ବମଙ୍ଗଳାଙ୍କ ତୃତୀୟ ବାର୍ଷିକ ଯଜ୍ଞ ଉପଲକ୍ଷେ କଳସଯାତ୍ରା ସ୍ଥାନୀୟ ବଡଜୋରା ଠାରୁ ପୂଜାର୍ଚ୍ଚନା କରାଯାଇ ୫୧ଜଣ ପୁରୁଷ ଓ ମହିଳା କଳସ ଧାରଣ କରି ଘଂଟ ଓ ବାଦ୍ୟ ଦ୍ବାରା ପୀଠରେ ସ୍ଥାପନ କରିଥିଲା । ଅଦ୍ୟ ସଂଧ୍ୟାରେ କଳସ ପୂଜା, ମଣ୍ଡଳ ପୂଜା ଓ ଅଗ୍ନି ସ୍ଥାପନ କରାଯାଇଛି । ଆସନ୍ତା କାଲି ମକର ସଂକ୍ରାନ୍ତିରେ ମା'ଙ୍କର ସୂର୍ଯ୍ୟ ପୂଜା, ଗୋ-ପୂଜା, ଗୁରୁ ପୂଜା, ଜଳସ ମଣ୍ଡଳ ପୂଜା, ମଙ୍ଗଳା ପୂଜା, ଚଣ୍ଡି ପୂଜା ଓ ପରେ ପୂର୍ଣାହୁତି I ମଧ୍ୟାହ୍ନରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ମନ୍ଦିର ପୂଜକ ହେମନ୍ତ ମଲିକ, ଯଜ୍ଞ ପୂଜକ ତଥା ସଂପାଦକ ଅମୂଲ୍ୟ ଦାସ, କର୍ତା ସଂଗ୍ରାମ ମଲିକ ଓ କର୍ତୀ ଗୀତାଞ୍ଜଳି ମଲିକ ପ୍ରମୁଖ ପୂଜା କାର୍ଯ୍ୟକୁ ତୁଲାଉଛନ୍ତି । ସଭାପତି ଅମୂଲ୍ୟ ମଲିକ, ସଂପାଦକ ବିପ୍ରବର ମଲିକ, କୋଷାଧ୍ୟକ୍ଷ ବୁଲୁ ମଲିକ, କର୍ମକର୍ତା ରୋହିତ ମଲିକ, ଅରୁ ମଲିକ, ପ୍ରଭାତ ମଲିକ, ରଶ୍ମିରଞ୍ଜନ ମଲିକ, ସୁବ୍ରତ ମଲିକ, ପପୁ ମଲିକ, ରଜତ ମଲିକ, ଅମର ମଲିକ, ସୁରେନ୍ଦ୍ର ମଲିକ, ସୁରେନ୍ ମଲିକ, ସାହିଲ୍ ମଲିକ, ଝାଡେଶ୍ଵର ମଲିକ, ଶକ୍ତି ମଲିକଙ୍କ ସମେତ ସାହିବାସୀନ୍ଦାମାନେ ଏହି ପୂଜାକୁ ସହଯୋଗ କରିଥିଲେ ।
Article Image
Article Image
12