ତିର୍ତ୍ତୋଲ, 18/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଶାଗବାରିଆର ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ର ଉନବିଂଶତମ ବାର୍ଷିକ ଉତ୍ସବ ଶାଗବାରିଆ ସାରଳା ମଣ୍ଡପ ଠାରେ ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସ ଓ ସଭାପତି ପ୍ରେମ ଚରଣ ରାଉତ ଓ ଇଂ ବିଧାନ କୁମାର ରାଉତରାୟଙ୍କ ତତ୍ତ୍ଵlବଧାନରେ ତା, ଅଠର ଏକ ଦୁଇହଜାର ଛବିଶରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବେଦପାଠ କରିଥିଲେ ବାସବ କୁମାର ନନ୍ଦ, ମଞ୍ଚ ସଂଯୋଜନା କରିଥିଲେ କାର୍ଯ୍ୟକାରୀ ସମ୍ପାଦକ ନଗେନ୍ଦ୍ରନାଥ ସ୍ୱାଇଁ l ଏହି ସଭାର ପ୍ରଥମ ଅଧିବେଶନ କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁଚରଣ ଦେବତା ଓ ଦ୍ଵିତୀୟ ଅଧିବେଶନ ଉପସଭାପତି ହେମନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କ୍ୟାପଟେନ ସଂଜୀବ କୁମାର ମୁଦୁଲି ଓ ପ୍ରଭାଂଶୁ ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ବିଶ୍ୱାଳ ଓ ଶ୍ରୀଯୁକ୍ତ ତାପସ କୁମାର ଦ୍ବିବେଦୀ l ବରେଣ୍ୟ ଅତିଥି ଭାବରେ ଡ. ବନପ୍ରଭା ପରିଡା, ବକ୍ତବ୍ୟ ରଖିଥିଲେ, ସମ୍ମାନିତ ଅତିଥି ଭାବରେ ମହେଶ୍ୱର ସ୍ୱାଇଁ, ଶ୍ରୀକାନ୍ତ ସିଂ, ଆଇନଜୀବୀ ମଞ୍ଜୁଲତା ରାଉତ, ଝଙ୍କଡରତ୍ନ ଗୋଲୋକ ବିହାରୀ ପଲାଇ,ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ, ବରଗଡ଼ ଧନୁଯାତ୍ରା କଳାକାର ସଭାପତି ଦୟାନିଧି ପଧାନ, ହୃଷିକେଶ ଜେନା, ତୃପ୍ତି ରଞ୍ଜନ ମହାନ୍ତି, ନବୀନ ପଧାନ ଯୋଗଦେଇଥିଲେ l ଶ୍ରେଷ୍ଠ ସୁଶ୍ରୀ ସରଳା ସମ୍ମାନ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତା ଶିକ୍ଷୟିତ୍ରୀ ସୌଭାଗିନୀ ରାୟ, ଶ୍ରେଷ୍ଠ ସୁଶ୍ରୀ ଆଦର୍ଶ ଦମ୍ପତି ସମ୍ମାନ ସୁଗାଳ୍ପିକା ସୋହାଗିନୀ ବେହେରା ଓ କୈଳାସ ଚନ୍ଦ୍ର ଦଳାଇ, ସୁଶ୍ରୀ ଶୁଭଶ୍ରୀ ଆଦର୍ଶ ଦମ୍ପତି ସମ୍ମାନ ଝଙ୍କଡ଼ କନ୍ୟା ସବିତା ନାୟକ ଓ ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଥିଲା l ସୁଶ୍ରୀ ନିର୍ଭୀକ ସମ୍ବାଦଦାତା ସମ୍ମାନ ଶ୍ରୀବତ୍ସ ଲାଂଛନ ପାଢ଼ୀ, ସୁଦେଷ୍ଣl ନିର୍ଭୀକ ସମ୍ବାଦଦାତା ସମ୍ମାନ ଶ୍ରୀକାନ୍ତ ଦାଶ ଓ ଗୌରାଙ୍ଗ ଚରଣ ସ୍ବାଇଁକୁ ପ୍ରଦାନ କରାଯାଇଥିବାବେଳେ ସୁଶ୍ରୀ ତବଲାବାଦକ ସମ୍ମାନ ସୁଦୀପ୍ତ ବେହେରା, ସୁଶ୍ରୀ ଆଦର୍ଶ ଶିକ୍ଷକ ଭୁବନ ମୋହନ ଦାସ, ଶେଖ ଅବଦୁଲ ଅୟାସଙ୍କୁ ପ୍ରଦାନ କରାଯାଇଥିଲା l ସହାୟତା କରିଥିଲେ ସଂଗ୍ରାମ କେଶରୀ ସ୍ୱାଇଁ, ଶିବପ୍ରସାଦ ସାହୁ, ଯଯାତି କେଶରୀ ସାମନ୍ତରାୟ, ଶ୍ୟାମାସୁନ୍ଦର ବେହେରା ପ୍ରମୁଖ, କବିତା ସଂଯୋଜନା କରିଥିଲେ ସୂର୍ଯ୍ୟୋଦୟ ସଭାପତି ପ୍ରଶାନ୍ତ କୁମାର ସେଠି ଓ ସବିତା ନାୟକ l ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିବାବେଳେ ମୁଖପତ୍ର ସୁଶ୍ରୀ ଶୁଭଶ୍ରୀ ଉନ୍ମୋଚନ ହୋଇଥିଲା l ଧନ୍ୟବାଦ ଦେଇଥିଲେ ବଟଶ୍ରୀ ଅଧ୍ୟକ୍ଷା ବିଭୂଷିତା ଦାସ l