ତିର୍ତ୍ତୋଲ, 18/01/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲାର, ତିର୍ତ୍ତୋଲ ବ୍ଲକ କନିମୂଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୯୯୬ ବ୍ୟାଚ୍ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କନିମୂଳ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାଳୟ ର ଅନେକ ପ୍ରାକ୍ତନ ଛାତ୍ର, ଛାତ୍ରୀ ମାନେ ଦୂର ଦୁରନ୍ତ ରେ ସରକାରୀ ଓ ବେସରକାରୀ ଚାକିରୀ କରିଛନ୍ତି l

ଅନେକ ମଧ୍ୟ ବିଭିନ୍ନ ବ୍ୟବସାୟୀକ କ୍ଷେତ୍ର ରେ ପ୍ରତିଷ୍ଠା ଲାଭ କରିଛନ୍ତି, ତଥାପି ପ୍ରତିବର୍ଷ ଏହି ବ୍ଯାଚ ର ଛାତ୍ର ଛାତ୍ରୀ ମାନେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରି ପରସ୍ପର ସହିତ ଭାବର ଆଦାନପ୍ରଦାନ କରି ଆସୁଛନ୍ତି l ଆଜି ୫୦ ରୁ ଉର୍ଦ୍ଧ ପୂରାତନ ଛାତ୍ର, ଛାତ୍ରୀ ଏକତ୍ରିତ ହୋଇ ଭୋଜି ଭାତ ସହିତ ଭାବର ଆଦାନ ପ୍ରଦାନ କରିଥିଲେ l ପ୍ରତିବର୍ଷ ଏହିପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂଘର ଆବାହକ ପ୍ରଭାସ କୁମାର ସାହୁ ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ସସ୍ମିତା ବେହେରା, ମହେନ୍ଦ୍ର କୁମାର ଜେନା, ମାନସ ମହାନ୍ତି, କମଳା କାନ୍ତ ଦାସ, ତପନ ଦାସ, ମଳିନ ପୃଷ୍ଟି, ବିନୋଦ ଭୂୟାଁ, ଅରୁଣ ସାହୁ, ଆୟସ କାନ୍ତ ନାୟକ, ସୁନିଲ ଭୋଳ, ପ୍ରକାଶ ମଲ୍ଲିକ, ଆଶିଷ ମହାପାତ୍ର, ନିର୍ମଳ ସାହୁ, ଅଜିତ୍ ସାହୁ, ପଦାରବିନ୍ଦ ଖୁଣ୍ଟିଆ, ଗଗନ ସେଠୀ, ରୋହିତ ସ୍ଵାଇଁ, ହରେକୃଷ୍ଣ ଦାସ, ସନ୍ୟାସୀ ଦାସ, ପଦାରବିନ୍ଦ ମହାପାତ୍ର, ପ୍ରକାଶ ମହାନ୍ତି, ପ୍ରଶାନ୍ତ ଦାସ, ପ୍ରମୋଦ ସାମଲ, ଅଭିମନ୍ୟୁ ବିଶ୍ଵାଳ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲ l ଆଗାମୀ ବର୍ଷ ବୃକ୍ଷ ରୋପଣ ଓ ଦରିଦ୍ର ନାରାୟଣଙ୍କୁ ଙ୍କୁ ସାହଯ୍ୟ ସହଯୋଗ କରାଯିବ ବୋଲି ପୁରାତନ ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଥିଲେ l ଶେଷରେ ଚଳିତ ବର୍ଷ ଓ.ପି.ଏସ୍.ସି. ପରୀକ୍ଷାରେ ଓ.ଏ.ଏସ୍. ପାଇଥିବା ମହେନ୍ଦ୍ର କୁମାର ଜେନା ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା l