କୁଜଙ୍ଗ, 19/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ବ୍ଲକ ବିଜେଡି ସଭାପତି ଭାବେ ପାରାଦୀପ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ମନୀନ୍ଦ୍ର ଗୁରୁଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆସ୍ଥା ପ୍ରକଟ କରି ଏହିଭଳି ଏକ ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ସେ ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ପାରାଦୀପର ବିଶିଷ୍ଟ ଶ୍ରମିକ ନେତା ତଥା ବିଜେଡି ନେତା ବାପି ସାର୍କେଲ, କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ ପ୍ରମୁଖଙ୍କୁ ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି। କୁଜଙ୍ଗ ବ୍ଲକ ବାଗୋଇ ପଞ୍ଚାୟତର ଷଣ୍ଢପୁରଠାରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀ ଗୁରୁଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା। ପୂର୍ବତନ କୁଜଙ୍ଗ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଅରୁପ୍ରସାଦ ମହାନ୍ତି, ଯୁବ ନେତା ତଥା ପୂର୍ବତନ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପରିଡା, ବିଶ୍ଵନାଥ ପରିଡ଼ା, ଫତେପୁର ପଞ୍ଚାୟତ ସମିତି ସଭ୍ୟଙ୍କ ପ୍ରତିନିଧି ତଥା ବିଜେଡି ଯୁବ ସଂଗଠକ ବିକ୍ରମ କେଶରୀ ରାଉତରାୟ, ସୌଭାଗ୍ୟ ବିଶ୍ୱାଳ, କୁଜଙ୍ଗ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ କବିରଞ୍ଜନ ବେହେରା, ବିଜେଡି ଜିଲ୍ଲା ସାମାଜିକ ଗଣ ମାଧ୍ୟମ ସଂଯୋଜକ ରଂଜିତ କୁମାର ପଣ୍ଡା, ଯୁବ ନେତା ପରେଶ କୁମାର ନାଥ, ପ୍ରଭାସ ଗୋଛାୟତ, ଦୀପ୍ତିଭାନୁ ପାଣି, ରଂଜିତ କୁମାର ଦାସମହାପାତ୍ର ଓ ଅର୍ଜୁନ ବେହେରା ପ୍ରମୁଖ ଶ୍ରୀ ଗୁରୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।