ପାରାଦୀପ ଗଡ, 19/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲାର, କୁଜଙ୍ଗ ବ୍ଲକ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି l ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡ଼ା ଉତ୍ସଵ କୁ ଉଦଘାଟନ କରି କହିଥିଲେ ଯେ ଏଇ ନିକଟରେ ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲା ର ଏକ ମାତ୍ର ବିଦ୍ୟାଳୟ ଭାବେ ଏହି ବିଦ୍ୟାଳୟ କୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ଏହାର ନିର୍ମାଣ ପାଇଁ ୦୫ ରୁ ୦୭ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି l ଏକ ବର୍ଷ ମଧ୍ୟରେ ଏହି ସୂଲ ର ରୂପରେଖ ବଦଳି ଯିବା l

ଏଥିରେ କ୍ରୀଡ଼ାର ବିକାଶ ପାଇଁ ମଧ୍ୟ ଅନୁଦାନ ପ୍ରଦାନ କରାଯାଇଛି l ସରକାରୀ ଓ କଳ କାରଖାନା କତୁପକ୍ଷ ଙ୍କ ଅନୁଦାନ ରେ ସ୍କୁଲ ର ପୂର୍ଣ୍ଣ ବିକାଶ ହେବାକୁ ଯାଉଛି l ଉକ୍ତ କ୍ରୀଡା ଉତ୍ସବ ୦୩ ଦିନ ବ୍ୟାପୀ ଚାଲିବ ବୋଲି ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ରମାକାନ୍ତ ଖଣ୍ଡୁଆଳ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲ୍ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇତିଶ୍ରୀ ସାହୁ ସଭାପତିତ୍ବ କରିଥିବା ବେଳେ ପ୍ରଭାତ ନଳିନୀ ବେହେରା, ମିନାର୍ଭା ସ୍ଵାଇଁ, ବିଜୟଲକ୍ଷ୍ମୀ ସ୍ବାଇଁ, ମିନର୍ଭା ପଣ୍ଡା, ସମ୍ପଦ ମୁଦୁଲି, ସାଗରିକା ସ୍ଵାଇଁ, ଏଲିଜା ମହାନ୍ତି, ସୁମିତ୍ରା ମୁର୍ମୁ, ଦୀପିକା ସୋରେନ୍, ସାର୍ଥକ ମହାନ୍ତି, ସିଦ୍ଧାନ୍ତ ସାହୁ, ଓମ୍ ପ୍ରକାଶ ସାହୁ, ପ୍ରଶାନ୍ତ ସାହୁ, ଆୟିଶ୍ମିତା ସାହୁ, ପ୍ରଭାତୀ ପ୍ରଧାନ, ରଞ୍ଜୁକ୍ତା ସାହୁ ଏବଂ ସିଆରସିସି ସମୀର କୁମାର ଓଝା ପ୍ରମୁଖ କ୍ରୀଡା ଉତ୍ସଵ କୁ ପରି ଚାଳନା କରିଥିଲେ l