ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋପବନ୍ଧୁ ବଜାର ଢଙ୍କୁଣିଆ ସାହିରେ ୧୦୫ତମ ଅଷ୍ଟପ୍ରହର ନାମଯଜ୍ଞ

ଢେଙ୍କାନାଳ, 19/01/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ସହରସ୍ଥ ଗୋପବନ୍ଧୁ ବଜାର ଢଙ୍କୁଣିଆ ସାହିରେ ୧୦୫ତମ ଅଷ୍ଟପ୍ରହର ନାମଯଜ୍ଞ ପାଳିତ ହୋଇଅଛି । ୧୮ ତାରିଖ ରବିବାର ଦିନ କଳସଯାତ୍ରା କରି କୁଞ୍ଜରେ ସ୍ଥାପନ କରାଯାଇଥିଲା ପରେ ଅଖଣ୍ଡ ଦୀପ ପ୍ରଜ୍ବଳନ ପୂର୍ବକ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା । ୧୯ ତାରିଖ ସୋମବାର ପ୍ରତ୍ୟୁଷରୁ ନାମଯଜ୍ଞ ଆରମ୍ଭ ହୋଇ ୨୦ ତାରିଖ ମଙ୍ଗଳବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ଚାଲୁ ରହିବ ପରେ ନଗର କୀର୍ତନ ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ । ସଭାପତି ସରୋଜ କୁମାର ମଲ୍ଲିକ, ସଂପାଦକ ସଂଗ୍ରାମ ମଲ୍ଲିକ୍, ଅନନ୍ତ ମଲ୍ଲିକ ଓ ଢଙ୍କୁଣିଆ ସାହିବାସୀନ୍ଦା ବୃନ୍ଦ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ନାମଯଜ୍ଞରେ ଆଖପାଖ ଅଂଚଳର ୨୫ ଦଳ ପୁରୁଷ ଓ ମହିଳା ସଂକୀର୍ତନ ମଣ୍ଡଳୀ ଯୋଗଦେବାର ସୂଚନା ମିଳିଛି ।
15