କୁଜଙ୍ଗ , 01/02/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଘଟିଛି ଏଭଳି କାଣ୍ଡ। ଏଭଳି ଚୋରୀ କରିଥିବା ଅପରାଧୀ ବ୍ୟକ୍ତି ଜଣକ ହେଲେ ବଳରାମପୁର ଗ୍ରାମର କାହ୍ନୁ ଚରଣ ବେହେରାଙ୍କ ପୁଅ ହାପି ବେହେରା। ଗତକାଲି ବଳରାମପୁର ଗ୍ରାମର ଶଶିକାନ୍ତ ମହାନ୍ତିଙ୍କ ପତ୍ନୀ ସୁପ୍ରଭା ମହାନ୍ତି, ଅଭିଯୋଗ ଆଣିଥିଲେ ଯେ ହାପି ବେହେରା ତାଙ୍କ ଘରର ଚାବି ଭାଂଗି କରି ୨୦,୦୦୦ ଟଙ୍କା ଚୋରି କରିଥଲେ । ସେ ଅଭିଯୋଗ କରିବା ପରେ ଏହି ଘଟଣାକୁ କୁଜଙ୍ଗ ଥାନାର ଏ.ଏସ.ଆଇ (ଅନିଲ୍ କୁମାର ସାହୁ ) ତଦନ୍ତ କରି ଅପରାଧୀକୁ କୋର୍ଟ ଚାଲାଣ କରିଛନ୍ତି। ଏବଂ କାହ୍ନୁ ଚରଣ ବେହେରାଙ୍କ ପୁଅ ହାପି ବେହେରାଙ୍କୁ ଚୋରି ହୋଇଥିବା ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।