ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଢୀକେନ୍ଦୁଳାଇ ପୀଠରେ ଭାଗବତ ସପ୍ତାହ ପାରାୟଣ ଓ ଗୀତା ଜ୍ଞାନଯଜ୍ଞ

ଏରସମା, 21/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ୍ ବାଲିତୁଠ ପଞ୍ଚାୟତ ଅନ୍ତର୍ଗତ ବଡଗବପୁର ମା' ବୁଢୀକେନ୍ଦୁଳାଇ ପୀଠରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ କଥାମ୍ରୃତ ଓ ଗୀତାଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ମା' ବୁଢୀକେନ୍ଦୁଳାଇ ପକ୍ଷରୁ ଆୟୋଜିତ ୨୭ ତମ ବାର୍ଷିକ ଉତ୍ସବର ପ୍ରଥମ ଦିବସରେ କଳସ ଶୋଭାଯାତ୍ରା,ଘଟସ୍ଥାପନ,ସୂର୍ଯ୍ୟପୂଜା ଓ ବିଭିନ୍ନ ଦିବସରେ ଗୋପୂଜା,ଷୋଡ଼ଷ ଉପଚାର ପୂଜା,ଶ୍ରୀକୃଷ୍ଣଙ୍କ ଜନ୍ମ,ନନ୍ଦ ଉତ୍ସବ,ରୁକ୍ମିଣୀ ବିବାହ, ଘ୍ରୃତଯଜ୍ଞ,ପ୍ରତ୍ୟେହ ଭାଗବତ ପାଠ ସହସ୍ରନାମ ଆହୁତି ପୂର୍ଣ୍ଣାହୁତି ଓ ପ୍ରଶାଦ ସେବନ ଅନୁଷ୍ଠିତ ହୋଇଛି।ବିଭିନ୍ନ ସନ୍ଧ୍ୟାରେ ପ୍ରବଚନ ପରିବେଷଣ ସହିତ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ବଡଗବପୁରୁ ଗ୍ରାମର ସମସ୍ତ ଗ୍ରାମ ବାସୀ ଉତ୍ସବ ପରିଚାଳନା କରିଥିଲେ।
Article Image
17