ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କପ୍ତେଶ୍ଵର ବିଦ୍ୟାପୀଠ ଢ଼ିଙ୍କିଆ୨୦୦୩ ବ୍ୟାଚ ବନ୍ଧୁମିଳନ

ଏରସମା / ଢ଼ିଙ୍କିଆ, 21/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
କପ୍ତେଶ୍ଵର ବିଦ୍ୟାପୀଠ ଢ଼ିଙ୍କିଆ ୨୦୦୩ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଓ ବଣଭୋଜି ଜଟାଧାର ବାଲି ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ।
Article Image
ଏଥିସହିତ ପରଷ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବାପାଇଁ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନ କରିବାକୁ ଏହି ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାକ୍ତନ ଛାତ୍ର ସୋମନାଥ ମଲ୍ଲିକ, କୈଳାସ ସେଠୀ,ଅମିତା ମହାନ୍ତି, ପ୍ରଶାନ୍ତ ଜେନା,ପ୍ରମୋଦ ଦାସ, ଜୀବନ ଦାସ, ପ୍ରେମାନନ୍ଦ ଓଝା, ଶୁଶାନ୍ତ ଲେଙ୍କା, ସନ୍ତୋଷ ରାଉତ, ଶୁଶାନ୍ତ ଦଳାଇ,ରେବତୀ ସୂତାରଙ୍କ ସମେତ ୨୦୦୩ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନରେ ଯୋଗ ଦେଇଥିଲେ ।
7