ତିର୍ତ୍ତୋଲ, 21/01/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିର୍ଦ୍ଦେଶାନୁଯାଇ ଆଜି ତିର୍ତ୍ତୋଲ ବ୍ଲକ ସଭାଗୃହ ରେ ଜାତୀୟ ସଡ଼କ ସୁରକ୍ଷା ମାସ ର ବୁଧବାରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତିର୍ତ୍ତୋଲ ବ୍ଲକ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସତ୍ୟଜିତ ସ୍ୱାଇଁ ଙ୍କ ସଭାପତିତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକ ଅଙ୍ଗନୱାଡି କର୍ମି, ଆଶା କର୍ମି ଓ ସ୍ୱୟଂସହାୟିକା କର୍ମି ମାନେ ଯୋଗଦାନ କରିଥିଲେ।

ସମାଜସେବୀ ତଥା ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ସଭା ସଂଯୋଜନା କରି ସ୍ୱାଗତ ଭାଷଣରେ ଉପସ୍ଥିତ ଅତିଥି ମାନଙ୍କ ପରିଚୟ କରି ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଏମ.ଭି.ଆଇ ଶ୍ରୀମତୀ ମନୋରମା ମାଝୀ ନିଜର ଅଭିଭାଷଣରେ କହିଥିଲେ ଜିଲ୍ଲାରେ ପ୍ରତେକ ଦିନ ଘଟୁଥିବା ସଡ଼କ ଦୃଘଟଣା ଜନିତ ମୃତ୍ୟୁ କୁ ପ୍ରତିହତ କରିବାକୁ ହେଲେ ଆମେମାନେ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ସଡ଼କ ସୁରକ୍ଷା ଜନିତ ମାର୍ଗଦର୍ଶିକା କୁ ଅନୁସରଣ କରି ନିଜର ପରିବାରର ସଦସ୍ୟ ମାନଙ୍କୁ ସଚେତନ କରିପାରିଲେ ଦୃଘଟଣା କୁ ନିଶ୍ଚିନ୍ତ ଆମେ ଏଡାଇଦେଇ ପରିବା। ମୁଖ୍ୟବକ୍ତା ଭାବେ ତିର୍ତ୍ତୋଲ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ଆରସୁମଣୀ ସୋରେନ,ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ବିଭାଗର ଡାକ୍ତର ଶ୍ରୀଯୁକ୍ତ ବଳଦେବ ସ୍ୱାଇଁ,ତିର୍ତ୍ତୋଲ ଥାନାର ଏ.ଏସ.ଆଇ କେଦାରସେନ ଦଳାଇ,ପିମ୍ପଳମାଧବ ପଞ୍ଚାୟତର ସରପଞ୍ଚ ଅଶୋକ କୁମାର ନାୟକ,ସମାଜ ପ୍ରତିନିଧି ସାମ୍ବାଦିକ ଶ୍ରୀକାନ୍ତ ଦାଶ ଯୋଗଦେବା ସହ ପ୍ରତେକ ଦିନ ରାଜପଥରେ ଘଟୁଥିବା ସଡ଼କ ଦୃଘଟଣା କୁ କିପରି ରୋକାଯାଇ ପାରିବ ସଡ଼କ ସୁରକ୍ଷା ଉପରେ ନିଜ ନିଜର ଅଭିଭାଷଣ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ବେଛାସେବୀ ବିପିନ କୁମାର ବରାଳ,ଜୟନ୍ତ କୁମାର ମହାନ୍ତି,ସମ୍ବାଦ ପ୍ରତିନିଧି ସାମ୍ବାଦିକ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଉପସ୍ଥିତ ଥିଲେ। ଉପସ୍ଥିତ ବରେଣ୍ୟ ଅତିଥିବୃନ୍ଦ,ଅଙ୍ଗନୱାଡି କର୍ମି, ଆଶାକର୍ମୀ ଓ ସ୍ୱୟଂ ସହାୟିକା ମାନଙ୍କୁ ସମାଜସେବୀ ଡକ୍ଟର ବେହେରା ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ।

