ଏରସମା, 22/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ୍ କୁଞ୍ଜ କୋଠି ପଞ୍ଚାୟତ ଅନ୍ତର୍ଗତ ଖୁରାଣ୍ଟ ସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ସ୍ନେହ ଅଭିଯାନ ପକ୍ଷରୁ ବ୍ଲକ୍ ସ୍ତରୀୟ କିଶୋରୀ ସମାବେଶ ''ବଉଳ କିଶୋରୀ ମେଳା"ଅନୁଷ୍ଠିତ ହୋଇଛି।ବୁଧବାର ଏରସମା ମୂଖ୍ୟାଳୟ ଠାରେ ସ୍ନେହ ଅଭିଯାନ ପକ୍ଷରୁ ବ୍ଲକ୍ ଅଞ୍ଚଳର ୯ ଟି ପଞ୍ଚାୟତର ୫ ଶହ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ସଚେତନତା, ଆତ୍ମବିଶ୍ବାସ ଏବଂ ନେତ୍ରୃତ୍ବକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜିତ କରାଯାଇଥିଲା।ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କିଶୋରୀ ବାଳିକା ମାନଙ୍କୁ ଉଦବୋଧନ ଦେବା ଅବସରରେ, ତୁମେ କନ୍ୟା ରତ୍ନ,ନିଜକୁ ଅବଳା ଦୂର୍ବଳା ନଭାବି ସମାଜରେ କୁସଂସ୍କାର,ଅନ୍ୟାୟ ଓ ଅନିତୀ ବିରୋଧରେ ସଂଗ୍ରାମ କରିବାକୁ ପଡିବ ବୋଲି କହିଥିଲେ।ରାଜ୍ୟ ମହିଳା କମିଶନ ପୂର୍ବତନ ଅଧ୍ୟକ୍ଷା ନମ୍ରତା ଚଢା ମୂଖ୍ୟ ବକ୍ତା ଭାବେ ଯୋଗଦେଇ କିଶୋରୀ ବାଳିକା ମାନେ ବଡ ସ୍ଵପ୍ନ ଦେଖିବା ଏବଂ ଆତ୍ମବିଶ୍ବାସର ସହିତ ନେତ୍ରୃତ୍ୱ ନେବାକୁ ଆହ୍ବାନ ଦେଇଥିଲେ।ସ୍ନେହ ଅଭିଯାନର ସଭାପତି ବିକାଶ ମାନ୍ନାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଏରସମା ବିଡ଼ିଓ ଦାଶରଥି ଜେନା,ଏରସମା ଥାନା ଆଇ ଆଇ ସି ପ୍ରେମଜିତ୍ ଦାସ,ସିଡିପିଓ କ୍ରୀଷ୍ଣା କୁମାରୀ ରାଉତ, ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ,ଅକ୍ଷୟ କୁମାର ବିଶ୍ବାଳ,ଇପ୍ସା ପ୍ରତିବିମ୍ବିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ।ସ୍ନେହ ଅଭିଯାନ ସମ୍ପାଦିକା ସନ୍ଧ୍ୟା ରାଣୀ ସ୍ଵାଇଁ ଓ ଖୁଲଣା ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।