କୁଜଙ୍ଗ , 22/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଓଡ଼ିଶା ସାମ୍ବାଦିକ ସଙ୍ଘର ପରି ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ କୁଜଙ୍ଗ ବ୍ଲକ୍ ସଭାପତି ସୁବ୍ରତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ ସ୍ଥିତ ଭଣ୍ଡୁଆ ଗ୍ରାମ୍ୟ ଜଙ୍ଗଲରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି ଅକ୍ଷୟ କୁମାର ମହାନ୍ତି,କାର୍ଯ୍ୟକାରୀ ସଭାପତି ଡ଼କ୍ଟର ମାନସ ରଞ୍ଜନ ମହାନ୍ତି ଯୋଗଦେଇ ସାଂଙ୍ଗଠନିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ପ୍ରତି ବ୍ଳକରେ ସଂଘର ଏକ କାର୍ଯ୍ୟାଳୟ ଖୋଲିବା ନିମନ୍ତେ କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ମହାନ୍ତି ପ୍ରସ୍ତାବ ଦେଇଥିଲେ।ସଙ୍ଘର ସହ ସମ୍ପାଦକ ଏହି ପ୍ରସ୍ତାବକୁ ସମର୍ଥନ କରିବା ସହ ସଭ୍ୟ ସଂଗ୍ରହ ପରସ୍ପର ସମ୍ମନୀୟ ଓ ଭାଇଚାରା ରଖିବା ପାଇଁ ନିବେଦନ କରିଥିଲେ।
ଆଗାମୀ ଦିନରେ ସାମ୍ୱାଦିକ ମାନଙ୍କ କଲ୍ୟାଣ ପାଇଁ ଜିଲ୍ଲା ସ୍ତରରୁ ଏକ ପ୍ରତିନିଧି ମଣ୍ଡଳୀ ସାମ୍ୱାଦିକ ସଙ୍ଘର ରାଜ୍ୟ ସଭାପତିଙ୍କ ସମେତ ନେତୃମଣ୍ଡଳୀ ମଣ୍ଡଳୀଙ୍କ ସହ ସାକ୍ଷାତ ଆଲୋଚନା କରିବା ପାଇଁ ସର୍ବ ସହମତୀ କର୍ମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ସାମ୍ୱାଦିକ ମାନଙ୍କର ସ୍ବାସ୍ଥ୍ୟ ବିମା,ପେନସନ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଇଁ ଓଡ଼ିଶା ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ ଯେଉଁ ପଦକ୍ଷେପ ନେଇଛନ୍ତି ତାଙ୍କର ଏହି କାର୍ଯ୍ୟ ଧାରାକୁ ଉକ୍ତ ବୈଠକରେ ଉଚ୍ଚ ପ୍ରଶଂସା କରାଯାଇଥିଲା।ଏହି ବୈଠକରେ ଅନ୍ୟତମ ନିମନ୍ତ୍ରିତ ଅତିଥି ଭାବରେ ବରିଷ୍ଠ ସାମ୍ୱାଦିକ ଦୁସୁମନ୍ତ କୁମାର ମାଝୀ,ମନୋଜ ପ୍ରଧାନ,ଅରୁ ପ୍ରସାଦ ମହାନ୍ତି,ଓଡ଼ିଶା ସାମ୍ବାଦିକ ସଙ୍ଘର ଜିଲ୍ଲା ମୁଖ୍ୟ ସଂଯୋଜାକ ଗିରାଜା ପ୍ରସାଦ ମହାନ୍ତି,ସହ ସମ୍ପାଦକ ବିଚିତ୍ରା ନନ୍ଦ ପ୍ରଧାନ,ସହ ସଂଯୋଜକ ସନ୍ତୋଷ ବେହେରା,ସୁଦର୍ଶନ ମଲ୍ଲ,ଓମ୍ ଦାସ,ତୀର୍ଥ ସାରଥୀ ମହାନ୍ତି,ବିରଜା ସେଠୀ,ରଶ୍ମୀ ରଞ୍ଜନ ଦାସ,ଦିପକ କୁମାର ନାଥ,ନୃସିଂହ ସେଠୀ ପ୍ରମୁଖ ଉପସ୍ଥିତଥିଲେ।
