ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯ଼ଁକୋଟିଠାରେ ୧୯୯୭ ବ୍ୟାଚର ବନ୍ଧୁ ମିଳନ

ଜଗତସିଂହପୁର, 22/01/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ଯଁକୋଟି ସ୍ଥିତ ପ୍ରାଣକୃଷ୍ଣ ସ୍ମୃତି ବିଦ୍ୟାପୀଠ ପରିସରରେ ୧୯୯୭ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି। ଏଥିରେ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ। ଯେଉଁ ଶିକ୍ଷକ ମାନଙ୍କଠାରୁ ଉତ୍ତମ ଶିକ୍ଷାଲାଭ କରିଥିଲେ ସେମାନଙ୍କୁ ସାଦରେ ଆମନ୍ତ୍ରଣ କରି ସମ୍ମାନିତ କରିବାସହ ଗୁରୁକୃପା ପାଇଥିଲେ।
Article Image
ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ନାୟକ, ସୁବାସ ଚନ୍ଦ୍ର ବେହେରା, କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର ବିଶ୍ବାଳ, ଅରୁଣ ବିଶ୍ବାଳ, ପ୍ରକାଶ ଚନ୍ଦ୍ର ବିଶ୍ବାଳଙ୍କ ସମେତ ପୂର୍ବତନ ଓ ବର୍ତ୍ତମାନର ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଶିକ୍ଷକମାନେ ପୁରୁଣା ଦିନର ସ୍ମୃତି ଚାରଣ କରିଥିଲେ। ଏଥିସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ କରିବା ସହ ସେମାନଙ୍କର ଶୁଭ ମନାସି ଥିଲେ।
6