ରାୟଗଡ଼ା ଜିଲ୍ଲା କାଶୀପୁର ଠାରେ, 22/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :

ରାୟଗଡ଼ା ଜିଲ୍ଲା କାଶୀପୁର ଠାରେ ଗ୍ରାମୀଣ ସ୍ତରରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ପରିବେଶଗତ ପୁନରୁଦ୍ଧାର ଏବଂ ଜୀବନ ଜୀବିକା ର ପ୍ରଗତି ଏବଂ ସୁରକ୍ଷା ସମ୍ପର୍କିତ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ କାଶୀପୁର ବ୍ଲକ ତାଲିମ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।
ପଞ୍ଚାୟତିରାଜ ବିଭାଗ ଦ୍ଵାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ର ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀ ଓ ଅଧିକାରୀ ମାନେ ତାଲିମ ନେଇଥିଲେ। ଜଳ,ଜମି,ଜଙ୍ଗଲ ଜନ୍ତୁ,ମାଟି,ଏବଂ ସମଗ୍ର ଜୈବମଣ୍ଡଳ ର ସୁରକ୍ଷା ରଖିବାକୁ ପ୍ରଶିକ୍ଷକ ମାନେ ତାଲିମ ଦେଇଥିଲେ। ମୂଳ ସ୍ତରରେ ରହି ସରକାରୀ ଯୋଜନା ମାଧ୍ୟମରେ ଲୋକଙ୍କୁ କିପରି ସଚେତନତା କରାଯାଏ, ଯୋଜନା ପରେ ଗ୍ରାମ ସ୍ତରରେ ଚିରନ୍ତନ ଆତ୍ମ ନିର୍ଭରଶୀଳ କିପରି ହୋଇପାରିବେ ସେଥିନିମିତ୍ତ ତାଲିମ ନେଇଥିଲେ କ୍ଷେତ୍ର କର୍ମଚାରୀ। ଏଥିରେ ପ୍ରାକୃତିକ କୃଷି,ମନରେଗା, ପ୍ରାଣୀ ସମ୍ପଦ ର ସୁରକ୍ଷା,ଜୀବନ ଜୀବିକା ର ନିଶ୍ଚିତ ସୁରକ୍ଷା ସହ ସାମାଜିକ ବିକାଶ କରିବା ପାଇଁ ପ୍ରଶିକ୍ଷକ ରୂପେ ଯୋଗଦେଇ କୃଷି ଅଧିକାରୀ ନିରଞ୍ଜନ ନାୟକ ଏବଂ ବନ ଅଧିକାରୀ ଏସ୍.ଶୁଭସ୍ମିତା ପ୍ରଶିକ୍ଷଣ ଦେଇଥିଲେ। ବ୍ଲକର କୃଷି, ପ୍ରାଣୀ ସମ୍ପଦ, ଓଡ଼ିଶା ଜୀବନ ଜୀବିକା ମିଶନ,ମିଶନ ଶକ୍ତି ବିଭାଗର କୃଷି ଅଧୀଦର୍ଶକ, ପଶୁଧନ ନିରୀକ୍ଷକ,ଏମ.ବି.କେ, ସି.ଆର.ପି, କୃଷକ ସାଥି ତାଲିମ ନେଇଥିଲେ। ତାଲିମ କାର୍ଯ୍ୟକ୍ରମ କୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟ ଦାଶ ଏବଂ ପେସା ସଂଯୋଜକ ନିତ୍ୟାନନ୍ଦ ନାଏକ ପରିଚାଳନା କରିଥିଲେ।
