ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ଵତନ୍ତ୍ର ସପ୍ତଦିବସିୟ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ

ଢେଙ୍କାନାଳ, 22/01/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଢେ଼ଙ୍କାନାଳ ମହିଳା ମହାବଦ୍ୟାଳୟରେ ଚଳିତ ମାସ ୧୬ତାରିଖରୁ ଆରମ୍ଭ ହୋଇଥିବା ସ୍ଵତନ୍ତ୍ର ସପ୍ତଦିବସୀୟ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ପଚାଶରୁ ଉର୍ଦ୍ଧ୍ବ ସ୍ବେଛାସେବୀଙ୍କୁ ନେଇ ଗଠିତ ଏହି ଶିବିରରେ ପ୍ରତିଦିନ ଶୃଙ୍ଖଳିତ ଜୀବନଚର୍ଯ୍ୟା ଯଥା ପ୍ରାର୍ଥନା, ପ୍ରାଣାୟମ, ଯୋଗ, ବ୍ୟାୟାମ ଇତ୍ୟାଦି ସହ ପ୍ରାୟ ୧୮ଟି ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରାଯାଇଥିଲା। ଆଲୋଚକ ଏଠାରେ ବିଭିନ୍ନ ଉପାଦେୟ ବିଷୟ ଯଥା; ନାରୀ ସଶକ୍ତିକରଣ, ଜାତୀୟ ସେବା ଯୋଜନାର ଲକ୍ଷ୍ୟ, ଲିପନ୍ କଳାର ଶିକ୍ଷା, ମହାବିଦ୍ୟାଳୟ ତଥା ସମାଜର ଉନ୍ନତିକରଣ, ଢେଙ୍କାନାଳ ଜିଲ୍ଲାର ସାଂସ୍କୃତିକ ଐତିହ୍ୟ,ପରିବେଶ ସୁରକ୍ଷା ଓ ପାଣିପାଗ ପରିବର୍ତ୍ତନ, ଧର୍ମ ଓ ଭକ୍ତିର ମୂଳକଥା, HIV/AIDS ରୋଗର ସଚେତନତା ଓ ନିରାକରଣ, ସଡ଼କ ସୁରକ୍ଷା, ଓଡ଼ିଆ ଅସ୍ମିତା,ସ୍ଵଳ୍ପ ସଞ୍ଚୟର ଉପକାରିତା, ବ୍ୟକ୍ତିତ୍ୱର ବିକାଶ, ମାନସିକ ସ୍ୱାସ୍ଥ୍ୟର ବିକାଶ,ପ୍ରକୃତି ଓ ଗଣିତ,ଭାରତରେ ପଞ୍ଚାୟତିରାଜ ଦିବସ, ସର୍ପଦଂଶନର ଆଶୁ ଚିକିତ୍ସା, କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନ, ଖାଦ୍ୟ ସଂରକ୍ଷଣ ଇତ୍ୟାଦି ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। ପୌଷ ଗ୍ରାମ ଶିମିଳିଆରେ ଶିବିର ପକାଇ ସେମାନେ ନରିଶିକ୍ଷା,ଯୌତୁକ ପ୍ରଥାର ନିରାକରଣ, ଝିଅ ପାଇଁ ନ୍ୟାୟ, ସାଇବର ସୁରକ୍ଷା ଇତ୍ୟାଦି ସମ୍ବେଦନଶୀଳ ବିଷୟଗୁଡିକ ନାଟକ ମାଧ୍ୟମରେ ବିଦ୍ୟାଳୟ ପିଲା ତଥା ଗ୍ରାମବାସୀଙ୍କୁ ପ୍ରଦର୍ଶନ କରି ଗ୍ରାମବାସୀଙ୍କ ଭାବନତ୍ମକ ପରିବର୍ତ୍ତନ ପାଇଁ ପ୍ରଚେଷ୍ଟା କରିଥିଲେ। ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ଝୋଟି, ନାଟକ ଇତ୍ୟାଦିର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ଶକୁନ୍ତଳା ଜେନା, ଏହା ଏକ ସାମାଜିକ ସଚେତନତାର ଆରମ୍ଭ ବୋଲି ମତପୋଷଣ କରିଥିଲେ। ଢେ଼ଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପୂର୍ଣ୍ଣଚନ୍ଦ୍ର ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କର ଶୃଙ୍ଖଳା ତଥା ସେବା ମନୋଭାବର ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା NSS ର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଡ଼. ଦେବରାଜ ପରିଡ଼ା ଛାତ୍ରୀମାନଙ୍କୁ ସମାଜନମୁଖି ହେବାପାଇଁ ବାର୍ତ୍ତା ଦେଇଥିଲେ। ସ୍ବେଚ୍ଛାସେବୀ ରୁନିତ ମିଶ୍ର ନିଜର ଅନୁଭବ ବୟାନ କରି କହିଥିଲେ ଯେ, ସମାଜ ପ୍ରତି ତାଙ୍କର କର୍ତ୍ତବ୍ୟ ରହିଛି। ଏ ସମାଜ ପ୍ରତି ଜଣେ ଶିକ୍ଷିତ ଝିଅର ଗୁରୁଦାୟିତ୍ଵ ରହିଛି। ପ୍ରତ୍ୟେକ ଛାତ୍ରୀ ନିଜର ଦାୟିତ୍ଵ ବୁଝି ସମାଜ ପ୍ରତି କର୍ତ୍ତବ୍ୟ କରିବାକୁ ଅଙ୍ଗୀକାରବଦ୍ଧ ହେବା ଉଚିତ୍।ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ ମଧୁସ୍ମିତା ନାୟକ ସାତଦିନରର ବିବରଣୀ ପାଠ କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଅଙ୍କିତା ପ୍ରିୟଦର୍ଶିନୀ ବିଶ୍ଵାଳଙ୍କୁ ଶ୍ରେଷ୍ଠ ସ୍ବେଚ୍ଛାସେବୀର ପୁରସ୍କାର ପ୍ରଦାନ କରାଯାଇଥିଲା। ସର୍ବଶେଷରେ କ୍ୟାମ୍ପ ଫାୟାର୍ ସହ ଏହି ପର୍ବର ଉଦଯାପନ କରାଯାଇଥିଲା।
Article Image
36