ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋଲନରା ସିଏଚସି ପକ୍ଷରୁ ଇମ୍ଫାରେ ହେପା୍ଟାଇଟିସ ସଚେତନତା ଶିବିର

ରାୟଗଡ଼ା, 22/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଇମ୍ଫା ଥେରୁବାଲି ପ୍ରାଙ୍ଗଣରେ ଉଚ୍ଚ ବିପଦସଂକୁଳ ଶ୍ରେଣୀ ଲୋକଙ୍କ ପାଇଁ ଭାଇରଲ ହେପାଟାଇଟିସ ବି ଓ ସି ସମ୍ପର୍କିତ ସଚେତନତା ଓ ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ର କର୍ମକର୍ତ୍ତାମାନଙ୍କ ସହଯୋଗରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ପ୍ରଭାକର ପଣ୍ଡା ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କୋଲନରାର ବିପିଏମ କଳ୍ପନା ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସ୍ପଷ୍ଟ ଧାରଣା ଦେଇଥିଲେ। ଏଥି ସହିତ ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଦୀପକ କୁମାର ଓଝା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା. ସୌମ୍ୟ ରଞ୍ଜନ ନାୟକ ଓ ଉପସ୍ଥିତ ଗାଡି ଚାଳକମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଡ଼ା. ସୌମ୍ୟ ରଞ୍ଜନ ନାୟକ ଭାଇରଲ ହେପାଟାଇଟିସ ରୋଗ କାରଣ, ଲକ୍ଷଣ ଓ ଏହାର ପ୍ରତିରୋଧ ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ ବିଷୟରେ ବିସ୍ତାର ଭାବରେ ଉପସ୍ଥାପନ କରିଥିଲେ। ପରେ ଶ୍ରୀ ଓଝା ସମସ୍ତଙ୍କୁ ରକ୍ତ ପରୀକ୍ଷା କରିବା ପାଇଁ ପ୍ରେରିତ କରିଥିଲେ।
Article Image
ଶେଷରେ ଉପସ୍ଥିତ ସମସ୍ତ ଗାଡି ଚାଳକମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଲଟି ଟି ଭବାନୀ ଓ ସହାୟକ ଗୌରୀ ସୁନା ସକ୍ରିୟ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର କର୍ମକର୍ତ୍ତା ସସ୍ମିତା ପୁଲକା, ଚମ୍ପା ଅଟ୍ଟକା, ସାବିତ୍ରୀ ପ୍ରଧାନୀ, ମାନସୀ ପାତ୍ର, ଶଙ୍କର ପେରିଶିକା ଓ ଗୋଲବଧନ ଦାସ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।
4