ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲାରେ ସ୍ବଦେଶୀ ସଂକଳ୍ପ ଯାତ୍ରା ଓ ଦୌଡ

ଜଗତସିଂହପୁର, 22/01/2026, ଉତ୍କଳ voice news - utkalvoicenews.com( ଓମ୍ ଦାସ କ ରିପୋର୍ଟ ) :
Article Image
ଗତ ୨୦ ତାରିଖ ରେ ସ୍ବଦେଶୀ ଜାଗରଣ ମଞ୍ଚ ଜଗତସିଂହପୁର ତରଫରୁ ସ୍ବଦେଶୀ ସଂକଳ୍ପ ଯାତ୍ରା ଓ ସ୍ବଦେଶୀ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଛି। କାର୍ଯକ୍ରମ ସଂଯୋଜକ ପ୍ରଦୀପ ଷଡ଼ଙ୍ଗୀ ଙ୍କ ତତ୍ତ୍ଵାବଧାନ ରେ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ସ୍ଵଦେଶୀ ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏହି କାର୍ଯକ୍ରମ ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଜିଲ୍ଲା ସଂଘ ଚାଳକ ସୁରେଶ ରାୟ , ଏବିଭିପି ର ରାଜ୍ୟ ଏସ୍ ଏଫ୍ ଡି ସହ ସଂଯୋଜକ ତଥା ଜଗତସିଂହପୁର ଜିଲ୍ଲା ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତି, ଭାଜପା ପୂର୍ବତନ ସଭାପତି ସତ୍ୟବ୍ରତ ମହାପାତ୍ର, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଭାଜପା ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଓ ସର୍ବେଶ୍ଵର ବଳିୟାର ସିଂ , ପାରାଦ୍ଵୀପ ଅଞ୍ଚଳ ର ନାରୀ ନେତ୍ରୀ ଚନ୍ଦ୍ରକାନ୍ତି ପଲେଇ, ଜଗତସିଂହପୁର ପୌର ପରିଷଦ ର ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ,ଗଣେଶ ପ୍ରସାଦ ମହାନ୍ତି, ତପନ କୁମାର ତ୍ରିପାଠୀ ଓ ସଂଘ ପ୍ରଚାରକ କାବ୍ୟସଚି ରାୟ ପ୍ରମୁଖ ସହଯୋଗ କରିଥିଲେ।। ଜଗତସିଂହପୁର ସ୍ଥିତ କଲେଜ ଛକ ଠାରେ ସ୍ଵାମୀ ବିବେକାନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡକ୍ଟର ସୁଜାତା ଓତ୍ତା ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ଵାରା ସ୍ଵଦେଶୀ ରଥ କୁ ଭବ୍ୟ ସ୍ଵାଗତ କରାଯାଇଥିଲା।। ଏହି ରଥ ଜଗତସିଂହପୁର ଜିଲ୍ଲା ପରିକ୍ରମ କରି କଟକ ଅଭିମୁଖେ ତା'ର ଯାତ୍ରା ଆରମ୍ଭ କରିଥିଲା।।
Article Image
6