କୁଜଙ୍ଗ , 22/01/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
କୁଜଙ୍ଗ କଲେଜ ପ୍ରଶାସନିକ ଭବନରେ
ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିର୍ଦ୍ଦେଶାନୁଯାଇ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଡ଼ଭୋକେଟ ତଥା ସମାଜସେବୀ ଡ଼ଃ ସୁନାକର ବେହେରା ଙ୍କ ସଂଯୋଜନାରେ ଆଜିର ଏହି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୁଜଙ୍ଗ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିଶିର ଚନ୍ଦ୍ର ସ୍ୱାଇଁ ସଭାପତିତ୍ୱ କରିଥିଲେ।

ମହାବିଦ୍ୟାଳୟ ର ବଡ଼ବାବୁ କୈଳାସ ଚନ୍ଦ୍ର ପାଢୀ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ସହିତ ସମ୍ବର୍ଦ୍ଧନା କରି ସ୍ୱାଗତ ଭାଷଣ ରଖିଥିଲେ। ମୁଖ୍ୟ ଅତିଥିଭାବେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ମୋଟର ଜାନ ଅଧିକାରୀ ଶ୍ରୀମତୀ ମନୋରମା ମାଝୀ, ମୁଖ୍ୟ ବକ୍ତା ଭାବେ କୁଜଙ୍ଗ ଥାନାର ସହ ଆରକ୍ଷୀ ଅଧିକାରୀ ରଶ୍ମି ରଞ୍ଜନ ସାହୁ ଓ ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଚିତ୍ତରଞ୍ଜନ ସାହୁ,ସହ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶସ୍ମିତା ସାହୁ, ଅଧ୍ୟାପକ ଭୃଙ୍ଗୁ କୁମାର ପାତ୍ର ଯୋଗଦେବା ସହିତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ବହୁ ସଂଖ୍ୟାରେ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ତାଙ୍କ ଅଭିଭାଷଣ ରେ କହିଥିଲେ ପ୍ରତେକ ଦିନ ରାଜପଥରେ ଘଟୁଥିବା ସଡ଼କ ଦୃଘଟଣା ସରକାରଙ୍କ ଚିନ୍ତାର ବିଷୟ ହୋଇଅଛି ତେଣୁକରି ମୂଲ୍ୟବାନ ଜୀବନର ସୁରକ୍ଷା ପାଇଁ ସରକାର ଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଗ୍ରହଣ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ସାମୁହିକ ଶପଥ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ବେଛାସେବୀ ବିପିନ କୁମାର ବରାଳ,ସୁଲେଖ ବେହେରା,ସମ୍ବାଦ ପ୍ରତିନିଧି ସାମ୍ବାଦିକ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ସହଯୋଗ କରିଥିଲେ। ସମାଜସେବୀ ଡକ୍ଟର ବେହେରା ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ।
