ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳରେ ସରସ୍ୱତୀ ପୂଜା ଏବଂ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

ଢେଙ୍କାନାଳ, 23/01/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ବିଦ୍ୟାଦାତ୍ରୀ ମା🙏🏻 ସରସ୍ଵତୀ ଓ ନେତାଜୀ ଜୟନ୍ତୀ ତଥା ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଯଥାରୀତିରେ ଅନୁଷ୍ଠିତ ହୋଇଅଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇଥିଲା । ପ୍ରଥମେ ବିଦ୍ୟାଳୟର ସଭାଗୃହରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକାଙ୍କ ଉପସ୍ଥିତିରେ ଵିଦ୍ୟାଦାତ୍ରୀ ମା🙏🏻 ସରସ୍ଵତୀଙ୍କ ପୂଜାକାର୍ଯ୍ୟ ଭକ୍ତି ସହକାରେ ପାଳନ କରାଯାଇଥିଲା।
Article Image
ଏହାପରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଦୁଇ ମହାପୁରୁଷ ତଥା ସ୍ବାଧୀନତା ସଂଗ୍ରାମୀଙ୍କ ବୈପ୍ଳବିକ କାର୍ଯ୍ୟଧାରା ଓ ଭାରତର ସ୍ବାଧୀନତା ସଂଗ୍ରାମରେ ଉଭୟଙ୍କ ଭୂମିକା ଉପରେ ସଭାପତି ଓ ପ୍ରଧାନ ଶିକ୍ଷୟିତ୍ରୀ ଆଲୋକପାତ କରିବା ସହ ଉଭୟଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶର୍ମିଷ୍ଠା ଆଜିର କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସମସ୍ତଙ୍କ ସହଯୋଗରେ ଆଜିର ଉଭୟ କାର୍ଯ୍ୟକ୍ରମ ବେଶ ଧୁମଧାମରେ ପାଳିତ ହୋଇଥିଲା।
8