ଢେଙ୍କାନାଳ, 23/01/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*

ଢେଙ୍କାନାଳ ସହର ରଥଗଡା ଠାରେ ଦୈନିକ ଫଳ ଓ ପନିପରିବା ମାର୍କେଟ୍ରେ ଥିବା ତ୍ରିନାଥ ମହାପ୍ରଭୁଙ୍କର ନବମ ବାର୍ଷିକ ଉତ୍ସବ ମେଳା ମହାଆଡମ୍ବର ସହିତ ପାଳନ ହୋଇଯାଇଛି । ପ୍ରାତଃ ରୁ ତ୍ରିନାଥଙ୍କ ମଙ୍ଗଳ ଆଳତି, ସ୍ନାନ, ନୂତନ ବସ୍ତ୍ର ପରିଧାନ, କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା, ହୋମ ଓ ଯଜ୍ଞ ସହିତ ବିଭିନ୍ନ ଭୋଗ ଲାଗି କରାଯାଇଥିଲା । ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପୌରାଧ୍ଯକ୍ଷା ଜୟନ୍ତୀ ପାତ୍ର ଓ ସମାଜସେବୀ ରାମଚନ୍ଦ୍ର ପାତ୍ର ଯୋଗଦେଇ ପ୍ରଭୂଙ୍କର ଆଶୀର୍ବାଦ ଭିକ୍ଷା କରିବା ସହିତ କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ମଧ୍ୟାହ୍ନରେ ପ୍ରାୟ ୫ ହଜାରରୁ ଅଧିକ ଭକ୍ତ ପ୍ରସାଦସେବନ କରିଥିଲେ । ଏହି ଉପଲକ୍ଷେ ନରଣପୁର ସଂକୀର୍ତନ ମଣ୍ଡଳୀ ଓ ମହାପଦା ସଂକୀର୍ତନ ମଣ୍ଡଳୀ ଦ୍ୱାରା ବାଦୀ କୀର୍ତନ ଅନୁଷ୍ଠିତ ହୋଇଥିଲା । ଏହି ସଂକୀର୍ତନକୁ ସହରର ବହୁ ଭକ୍ତମାନେ ଶ୍ରବଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ସଭାପତି ଦେବନ ଭାଇ, ସଂପାଦକ ଅଭୟ ଭାଇ, ଅଲେଖ ଭାଇ, ବାଙ୍କ ବାଇ, ଖଡିକ ଭାଇ, ବ୍ରଜବନ୍ଧୁ ଭାଇ, ସୁରିଆ ଭାଇ, ରମେଶ ଭାଇ, ସିଖର ଭାଇ, ବିଷ୍ଣୁ ଭାଇ, କେଦାର ଭାଇ, ହାଡିଆ ଭାଇ, ବିଷ୍ଣୁ ଭାଇ, ପ୍ରକାଶ ଭାଇ, ବଳିଆ ଭାଇଙ୍କ ସମେତ ପରିବା ମାର୍କେଟ୍ର ଫଳବ୍ୟବସାୟୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ