ଏରସମା, 23/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଏରସମା ସଚେତନ ନାଗରିକ ମଞ୍ଚ ପକ୍ଷରୁ ନେତାଜୀ ସୁଭାସଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ଉତ୍ସବ ଏରସମା ଗାନ୍ଧୀ ଭବନରେ ପାଳନ ହୋଇଛି। ପ୍ରଥମେ ସକାଳେ ଗାନ୍ଧୀ ଭବନ ପରିସର ସଫେଇ ହେଲାପରେ, ଏରସମା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରା ଯାଇଥିଲା। ପରେ ପରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରା ଯାଇଥିଲା। ଏହାପରେ ସଭା ଗୃହରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଦେଶ ପାଇଁ ଯେଉଁ ତ୍ୟାଗ ଓ ପ୍ରାଣବଳୀ ଦେଇଥିବା ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା।ଶୁକ୍ରବାର ପୂର୍ବାହ୍ନ କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗଦେଇଥିଲେ ସମ୍ମାନୀୟ ରବୀନ୍ଦ୍ର କୁମାର ଦାସ, ଅମ୍ବିକା ପ୍ରସାଦ ମହାନ୍ତି, ପ୍ରସନ୍ନ କୁଅଁର, ନିବାରଣ ନାୟକ, ସମାଜସେବୀ ନରେନ୍ଦ୍ର ସ୍ୱାଇଁ, ପ୍ରମୋଦିନୀ ମିଶ୍ର,ଶିକ୍ଷାବିତ୍ତ ସୁରେଶ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରବୀର କୁମାର ପଣ୍ଡା, ଉମେଶ ଖଟୁଆ, ଜ୍ଞାନରଞ୍ଜନ ଦାସ, ଅଶୋକ ସ୍ୱାଇଁ, ପବିତ୍ର ଦାସ ପ୍ରମୁଖ ଯୋଗଦେଇଥିଲେ।