ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଟୁଆ ଗ୍ରାମରେ ସରସ୍ୱତୀ ପୂଜା ଅନୁଷ୍ଠିତ

ଏରସମା, 24/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ଗ୍ରାମରେ ବଜରଙ୍ଗୀ କ୍ଲବ ପୂଜା କମିଟି ତରଫରୁ ମା" ସରସ୍ୱତୀଙ୍କ ପୂଜା ଦୀର୍ଘ ୫ ବର୍ଷରେ ପର୍ଦାପଣ କରିଛି। ଚଳିତ ବର୍ଷ ପୂଜା ଧୁମଧାମରେ ପାଳନ ହୋଇଯାଇଛି । ମା" ସରସ୍ୱତୀଙ୍କ ନିତିନିୟମ ଅନୁସାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମାନେ ମା" ସରସ୍ୱତୀଙ୍କ ମଣ୍ଡପ ପାଖରୁ ଏକ ବିରାଟ କଳସ ଯାତ୍ରା ରେ ବାଜା ,ବାଣ, ଘଣ୍ଟ ଘଣ୍ଟି ସହିତ କୀର୍ତ୍ତନ କରି ବାଲିଆ ନଈ ନିକଟରେ ପହଞ୍ଚିବାପରେ କର୍ତ୍ତା କାହ୍ନୁଚରଣ ଜେନା ପୂଜାସାରିବା ପରେ ଚଟୁଆ ଗ୍ରାମର ଶ୍ରଦ୍ଧାଳୁ ମାନେ ନିତିନିୟମ ଅନୁସାରେ ଘଣ୍ଟ ଘଣ୍ଟି ହରିବୋଲ ହୁଳହୁଳି ସହିତ ଏକ କଳସ ଯାତ୍ରାରେ ଆସି ସରସ୍ୱତୀଙ୍କ ପୂଜାମଣ୍ଡପ ପୀଠରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯିବା ସହିତ ହୋମଯଞ ହୋଇଥିଲା ।ଗ୍ରାମରେ ଭକ୍ତି ମେୟ ପରିବେଶ ସୃଷ୍ଟି ହୋଇଥିଲା ଓ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ଶେବନ ର ବ୍ୟବସ୍ଥା କରାଯାଇଥିଲା।ଚଟୁଆ ବଜରଙ୍ଗୀ କ୍ଲବ ସରସ୍ୱତୀ ପୂଜା କମିଟିର ସଭାପତି ଗୋବିନ୍ଦ ଗୋଚ୍ଛାୟତ, ସଂପାଦକ ରାଜେଶ ଗୋଚ୍ଛାୟତ, ଉପ ସଭାପତି ଚିଣ୍ଟୁ ଗୋଚ୍ଛାୟତ,ସହ ସଂପାଦକ ସାଗର ଜେନାଙ୍କ ସମେତ ବଜରଙ୍ଗୀ ପୂଜା କମିଟିର ସମସ୍ତ ମେମ୍ବର ମାନଙ୍କ ସହଯୋଗରେ ପୂଜା ଆଡ଼ମ୍ବରରେ କରାଯାଇଥିଲା। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳନ କରାଯାଇଥିଲା।
12