ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାତୃ ପୂଜନ ଉତ୍ସବ

ଏରସମା, 24/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ସଦର ମହକୁମାସ୍ଥିତ ଏରସମା ବ୍ଲକର ସର୍ବ ପୂରାତନ ଇଂଲିଶ ମିଡିୟମ ସେଣ୍ଟ ଜାଭିୟର ହାଇ ସ୍କୁଲରେ ଶ୍ରୀପଞ୍ଚମୀ ତିଥିରେ ମାତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଅଛି। ବିଦ୍ୟାଳୟର ଅଧ୍ୟକ୍ଷା ମାନସ୍ମିତା ପାଇଟାଳଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ କ୍ଷିତିଶ୍ କୁମାର ମହାନ୍ତି , ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟାପକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ହିମାଂଶୁ ଶେଖର ଆଚାର୍ଯ୍ୟ , ସମ୍ମାନିତ ଅତିଥି ଭାବେ ଏରସମା ସି.ଆର୍.ସି.ସି ଶ୍ରୀମତୀ ନିବେଦିତା ଜେନା ଓ ଆମ୍ବିକି ସି.ଆର୍.ସି.ସି ଶ୍ରୀମତୀ ସୃତିପ୍ରଜ୍ଞା ମହାପାତ୍ର ଯୋଗ ଦେଇଥିଲେ। ସହ-ଅଧ୍ୟକ୍ଷା ଶ୍ରୀମତି ସ୍ନିଗ୍ଧା ସୌଭାଗ୍ୟବତୀ ମଞ୍ଚ ପରିଚାଳନା ସହିତ , ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ଆଚାର୍ଯ୍ୟ ଶିଶୁର ଭବିଷ୍ୟତ ନିର୍ମାଣରେ ମା'ର ଭୂମିକା ଆଧାରିତ ମାର୍ଗଦର୍ଶନ ପ୍ରଦାନ କରିଥିଲା। ସଭା ପରିଶେଷରେ ଶିକ୍ଷକ ଶ୍ରୀଯୁକ୍ତ ଚିନ୍ମୟ କୁମାର ଦାସ ଓ ଶିକ୍ଷୟିତ୍ରୀ ସୁଭଦ୍ରା ସାହୁ , ସବିତା ରାଉତରାୟ ଓ ଅଳକା ପ୍ରିୟଦର୍ଶିନୀ ବିଶ୍ଵାଳଙ୍କ ସହଯୋଗରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା। ଉକ୍ତ ଉତ୍ସବ ପରିଚାଳନାରେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଲେଙ୍କା , ଲିପିକା ରାଉତ , ସ୍ୱାଗତିକା ପ୍ରଧାନ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।
4