ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାମଶ୍ୟାଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବୁଗୁଡ଼ା, 24/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଭାମଶ୍ୟାଳୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଜି. ନାଗେଶ୍ୱର ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ତହସିଲଦାର ଶ୍ରୀ ତାପସ ରାଉତ ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚିନ୍ମୟ ମହାପାତ୍ର ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ଡ଼ଃ କୁମୁଦ ଚନ୍ଦ୍ର ବେହେରା, ସି.ଆର.ସି.ସି ଶ୍ରୀମତୀ ସୁନିତା ପାଣିଗ୍ରାହୀ , ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୟ ବିଶ୍ୱାଳ, ସମିତି ସଭ୍ୟା ଶ୍ରୀମତୀ ଗାୟତ୍ରୀ ପ୍ରଧାନ, ନାଏବ ସରପଞ୍ଚ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନାହାକ ଓ ୱାର୍ଡ ସଭ୍ୟ ଉମା କାନ୍ତ ବଢ଼େଇ ଯୋଗ ଦେଇ ବିଦ୍ୟାର୍ଥୀଙ୍କ ଶୈକ୍ଷିକ ବିକାଶ, ଶାରୀରିକ ଓ ମାନସିକ ତଥା ଆତ୍ମିକ ଉନ୍ନତି ସମ୍ପର୍କରେ ଦୃଷ୍ଟିପାତ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ବିତରଣାନ୍ତେ ଭବ୍ୟ ସାଂସ୍କୃତିକ କାର୍ଯ୍ୟ କ୍ରମରେ ପରିବେଶ ମୁଖରିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ବାସୁଦାସ ପ୍ରଧାନ ଓ ସୁବଳ କହଁର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନ ପତ୍ର ବଣ୍ଟନ କରା ଯାଇଥିଲା । ସହକାରୀ ଶିକ୍ଷକ ଶ୍ରୀ ପୀତବାସ ସାହୁ ଅତିଥି ପରିଚୟ ପ୍ରଦାନ କଲା ବେଳେ ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
Article Image
4