ଏରସମା, 25/01/2026, ଉତ୍କଳ voice news - utkalvoicenews.com*( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :*
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଦେବିପଡ଼ିଆ ସ୍ଥିତ ଫ୍ରେଣ୍ଡସ କ୍ଲବ୍ ତରଫରୁ ଆଜି ୯୬ ତମ ବାର୍ଷିକ ମହୋତ୍ସବ ପାଳନ କରାଯାଇଛି।ଉକ୍ତ ମହୋତ୍ସବରେ ଉଦ୍ଘାଟକ ଓ ମୁଖ୍ୟ ଅତିଥ୍ : ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ମାନ୍ୟବର ବିଧାୟକ(ବାଲିକୁଦା - ଏରସମା), ଡଃ. ରଘୁ ସାହୁ (ସୁ ସାହିତ୍ୟିକ ଓ ସାମ୍ବାଦିକ) , ଶ୍ରୀଯୁକ୍ତ ପ୍ରେମଜିତ ଦାସ (ଭାରପ୍ରାପ୍ତ ଥାନା ଅଧିକାରୀ,ଏରସମା ଥାନା), ପୌରାହିତ୍ୟ : ଡଃ. ସଞ୍ଜୟ କୁମାର ବିଶ୍ୱାଳ (ସଭାପତି, ଫ୍ରେଣ୍ଡ୍ସ କ୍ଲବ, ଏରସମା), କମ୍ରେଡ ନେତା ଶ୍ରୀଯୁକ୍ତ ଶଶୀ ଭୂଷଣ ସ୍ଵାଇଁ, କାର୍ଯ୍ୟକ୍ରମ ସଂଯୋଜକ: ଇଂ. ସୁମନ ଖଟୁଆ , ଫ୍ରେଣ୍ଡସ କ୍ଲବ ର ଉପ ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସାହୁ,କ୍ଲବ୍ ର ସଂପାଦକ ପ୍ରଭୃତି ଉପସ୍ଥିତି ରହି ଓଡ଼ିଆ ଭାଷା ଓ ସଂସ୍କୃତିର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ ।
ଉକ୍ତ କ୍ଲବ ଟି ୧୯୩୦ ମସିହାରେ ସର୍ବ ପ୍ରଥମେ କିଛି ବୁଦ୍ଧଜୀବୀ ଓ ଶିକ୍ଷାବିତ୍ ମାନଙ୍କ ଦ୍ଵାରା ଗଢି ଉଠିଥିଲା ଆଜିର ଦିନରେ ।

ସମୟାନୁକ୍ରମେ କ୍ଲବ୍ ଟି ୯୬ ବର୍ଷରେ ପଦାର୍ପଣ କରିସାରିଛି। ବୁଦ୍ଧଜୀବୀମାନେ ଦେଖିଥିବା ସ୍ୱପ୍ନ ଆଜି ସାକାର ହୋଇଛି ବୋଲି କ୍ଲବ୍ ର ସଭାପତି ଡକ୍ଟର ସଞ୍ଜୟ କୁମାର ବିଶ୍ଵାଳ ପ୍ରକାଶ କରିଛନ୍ତି। ଭବିଷ୍ୟତ ରେ ଉକ୍ତ କ୍ଲବ ଟି କିପରି ଉନ୍ନତ ରୁ ଉନ୍ନତତର ହେବ ସେଥିପାଇଁ ପ୍ରାଣ ପଣେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।ଅନେକ ଇଞ୍ଜିନିୟର,ଡକ୍ଟର୍ ,କଳାକାର,ନାଟ୍ୟକାର ମାନଙ୍କୁ ଗଢି ତୋଳିଛି ଏହି କ୍ଲବ୍। ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟ କର୍ମ ମାନ, ଯଥା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସଙ୍ଗୀତ,ନୃତ୍ୟ,କବିତା ପ୍ରତିଯୋଗିତାରେ ଭାଗନେଇ ପୁରସ୍କୃତ ହୋଇଥିଲେ ।