ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୪ଟି ଶ୍ରମ କୋଡ୍ ବାତିଲ୍ ଦାବୀରେ ଏଆଇଟିୟୁସିର ବୈଠକ

ଢେଙ୍କାନାଳ, 25/01/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଢେଙ୍କାନାଳ ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା, ରାଜ୍ୟ ସଭ୍ୟ ହରପ୍ରିୟା ସାଇଁ, ଅଙ୍ଗନଓ୍ବାଡି କର୍ମୀ ସଂଘର ଜିଲ୍ଲା ସମ୍ପାଦିକା ମଳୟ ମଞ୍ଜରୀ ଜେନା, ସଦର ବ୍ଲକ୍‌ର ସଭାପତି ସୁଜାତା ନାୟକ, ଜିଲ୍ଲା ସଂପାଦକ ନାରାୟଣ ନାୟକ ପ୍ରମୁଖ ଯୋଗଦେଇ ଆସନ୍ତା ଫେବୃଆରୀ ୧୨ ତାରିଖରେ ଦେଶର ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆହ୍ୱାନରେ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଆଲୋଚନା କରାଯାଇଥିଲା । ଦାବୀ ମଧ୍ଯରେ ୪ଟି ଶ୍ରମକୋର୍ଡ ବାତିଲ୍ କରିବା, ସ୍କିମ୍ ୱାର୍କରଙ୍କୁ ଶ୍ରମିକ ମାନ୍ୟତା ସର୍ବନିମ୍ନ ମଜୁରୀ, ଖାଲି ପଡିଥିବା ପଦବୀକୁ ପୂରଣ କରିବା, ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇକରଣ ବନ୍ଦ କରିବା, କୃଷି ଶ୍ରମିକମାନଙ୍କୁ ବର୍ଷସାରା କାମ ଯୋଗାଇଦେବା, ବେକାର ହୋଇ ରହିଥ‌ିବା ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବା ପ୍ରଭୃତି ବିଭିନ୍ନ ଦାବୀ ଉପରେ ଏହି ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବ । ଏହି ଧର୍ମଘଟରେ ଜିଲ୍ଲା ଅଣସଂଗଠିତ ଶ୍ରମିକମାନେ ସାମିଲ୍ ହେବାକୁ ଆହ୍ବାନ ଦିଆଯାଇଥିଲା ।
15