ଢେଙ୍କାନାଳ, 25/01/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
ରବିବାର ଦିନ ମେରା ଯୁବ ଭାରତ, ଢେଙ୍କାନାଳ ଓ "ପ୍ରିୟ" ଯୁବ ସାମାଜିକ ଅନୁଷ୍ଠାନ ର ମିଲିତାନୁକୁଲ୍ୟ ରେ ପ୍ରିୟ କାର୍ଯ୍ୟାଳୟ ଠାରେ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଅଛି। ନୂଆ ଭୋଟର ମାନେ ପ୍ଲାକ କାର୍ଡ ଧରି ସାଇକେଲ ଶୋଭା ଯାତ୍ରା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଟିକୁ ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ ଉଦ୍ଘାଟନ କରିଥିଲେ। ଯୁବ ଭୋଟର ମାନଙ୍କ ମଧ୍ୟରେ ନିର୍ଭିକ, ନିରପେକ୍ଷ ମତଦାନ ଦେବାକୁ ଶପଥ ପାଠ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ପ୍ରିୟ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ପରିଚାଳନା କରି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।