ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଗ୍ରଡ ସୈନିକ ସ୍କୁଲ, ନିମିଢ଼ୀ, ପାରାଦୀପ ଗଡ ର ରଜତ ଜୟନ୍ତୀ ଉତ୍ସବ ପାଳନ l

ପାରାଦୀପ ଗଡ, 25/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତାରିଖ: ୨୪.୦୧.୨୦୨୬ ରେ ଜଗତସିଂହପୁର ଜିଲ୍ଲାର, କୁଜଙ୍ଗ ବ୍ଲକ ର ଅଗ୍ରଣୀ ଆବାସିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଵିଗ୍ରେଡ ସୈନିକ ସ୍କୁଲ ର ରଜତ ଜୟନ୍ତୀ ଉତ୍ସବ ମହାସମାରୋରେ ଅନୁଷ୍ଠିତ ହୋଇଯାଇଅଛି l
Article Image
ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ବିଦ୍ୟାଳୟର ଭିତ୍ତିଭୂମି, ଛାତ୍ର, ଛାତ୍ରୀ ମାନଙ୍କ ବିକଶିତ ଜ୍ଞାନ କୁ ପ୍ରଶଂସା କରିଥିଲେ l ଉକ୍ତ ବିଦ୍ୟାଳୟ ରେ ଶିକ୍ଷା ସହିତ କ୍ରୀଡ଼ା, ସଂସ୍କୃତି, ବିଜ୍ଞାନ, ଗଣିତ, ପୁସ୍ତକ ମେଳା ଓ ବତୃତା ପ୍ରତିଯୋଗୀତା ମାଧ୍ୟମରେ ଛାତ୍ର, ଛାତ୍ରୀ ମାନଙ୍କୁ ଭବିଷ୍ୟତ ଗଢିବାର ପ୍ରକିୟା ଜାରୀ ରଖି ଥିବାରୁ ସେ ବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ମମତା ରଥ ଙ୍କୁ ସାଧୁବାଦ ଜଣାଇଥିଲେ l ବିଦ୍ୟାଳୟ ର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ନାଚ ଗୀତର ଆୟୋଜନ କରାଯାଇ ଦର୍ଶକ ଓ ଅବିଭାବକ ମାନଙ୍କ ମନମୁଗ୍ଧ କରାଯାଇ ଥିଲା l
Article Image
ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ଭବାନୀ କାନ୍ତ ନନ୍ଦ, ଅଧ୍ୟାପକ ମମତା ରଥ, ଚନ୍ଦ୍ର ଶେଖର ଚୌଧୁରୀ, ଉପାଧ୍ୟକ୍ଷା ସସ୍ମିତା କର ପ୍ରମୁଖ ଯୋଗଦେଇ ଥିବା ବେଳେ ବେବିନା ସ୍ବାଇଁ, ସନ୍ଧ୍ୟାରାଣି ସାମଲ, ପ୍ରୀତିଶ୍ରି ପରିଡ଼ା, ପ୍ରିୟଙ୍କା ମଲ୍ଲିକ, ସସ୍ମିତା ମହାପାତ୍ର ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ l
Article Image
12