ଏରସମା, 25/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏକ ପୂରାତନ ସମାଜସେବା ଅନୁଷ୍ଠାନ ଫ୍ରେଣ୍ଡସ କ୍କବ ଏରସମାର ୯୬ ତମ ବାର୍ଷିକ ମହୋତ୍ସବ ଶନିବାର ଉଦଘାଟିତ ହୋଇଛି।ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉତ୍ସବର ଉଦଘାଟନ ଦିବସରେ ସାରସ୍ଵତ ସମାବେଶ,ଆଲୋଚନା ଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି।ଉଦଘାଟନ ଉତ୍ସବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ,ଓଡିଶା ପ୍ରଦେଶ ଗଠନର ଅବ୍ୟବହିତ ପୂର୍ବରୁ ଏହି ପୂରାତନ ଅନୁଷ୍ଠାନଟି ଗଢି ଉଠିଥିଲା।ଏଠି ଅସ୍ଥାୟୀ ଭାବେ ଏରସମା ବ୍ଲକ୍ କାର୍ଯ୍ୟାଳୟ ଏବଂ ପରବର୍ତ୍ତୀ ସମୟରେ ଏରସମା ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଚାଲିଥିଲା। ଯାହା ସେତବେଳର ଗ୍ରାମାଞ୍ଚଳର ଏହି ଅନଷ୍ଠାନଟି ଅଞ୍ଚଳରେ ଆଲୋକ ବର୍ତ୍ତିକା ଜଳାଇ ପାରିଥିଲା।ଉତ୍ସବରେ ନାଟ୍ୟକାର ଡ଼, ରଘୁନାଥ ସାହୁ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଷା ସାହିତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି କହିଥିଲେ।କ୍ଳବ୍ ସଭାପତି ସଞ୍ଜୟ କୁମାର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଡ଼,ବୀର ନାରାୟଣ ପାତ୍ର,ଏରସମା ଥାନା ଅଧିକାରୀ ପ୍ରେମଜିତ୍ ଦାସ,ବରିଷ୍ଠ ବାମପନ୍ଥୀ ନେତା ଶଶିଭୂଷଣ ସ୍ଵାଇଁ, ପ୍ରଶାନ୍ତ ସେଠି,ସୁମନ ଖଟୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ସମ୍ପାଦକ ତପନ ବେହେରା ସ୍ଵାଗତ ଭାଷଣ ସହିତ ଉପସଭାପତି ଅନ୍ତର୍ଯ୍ୟାମୀ ସାହୁ ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ନାଗୁ ଚରଣ ଦେବତାଙ୍କ ସଭାପତିତ୍ବର ଓ ପ୍ରଶାନ୍ତ ସେଠିଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ବିଭିନ୍ନ ଅଞ୍ଚଳର କବିମାନେ ଯୋଗଦାନ କରିଥିଲେ। ଏରସମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
