ଏରସମା, 25/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ୍ ବାଲିତୁଠ ପଞ୍ଚାୟତ ଅନ୍ତର୍ଗତ ବନାପାଟ ଗ୍ରାମ ମା' ବନଦୂର୍ଗା ପୀଠ ଠାରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ କଥାମ୍ରୃତ ଓ ଗୀତାଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଛି।ମା' ବନଦୂର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଚତୁର୍ଥ ବାର୍ଷିକ ଉତ୍ସବର ପ୍ରଥମ ଦିବସରେ କଳସ ଶୋଭାଯାତ୍ରା,ଘଟସ୍ଥାପନ,ସୂର୍ଯ୍ୟପୂଜା ଓ ବିଭିନ୍ନ ଦିବସରେ ଗୋପୂଜା,ଷୋଡ଼ଷ ଉପଚାର ପୂଜା,ଶ୍ରୀକୃଷ୍ଣଙ୍କ ଜନ୍ମ,ନନ୍ଦ ଉତ୍ସବ,ରୁକ୍ମିଣୀ ବିବାହ, ଘ୍ରୃତଯଜ୍ଞ,ପ୍ରତ୍ୟେହ ଭାଗବତ ପାଠ ସହସ୍ରନାମ ଆହୁତି ପୂର୍ଣ୍ଣାହୁତି ଓ ପ୍ରଶାଦ ସେବନ ଅନୁଷ୍ଠିତ ହୋଇଛି।ବିଭିନ୍ନ ସନ୍ଧ୍ୟାରେ ରାଜୀବ ଲୋଚନ ଦାସ ଆଶ୍ରମ ତ୍ରିଲୋଚନପୁରର ମଠାଧୀଶ ରାଧା ଚରଣ ଦାସ,ନଙ୍ଗୁଳୀ ଦାସ ମହାରାଜ,ପଣ୍ଡିତ ପଦ୍ମନାଭ ମିଶ୍ର,ପଣ୍ଡିତ ସୁଧାଂଶୁ ମିଶ୍ର ପ୍ରବଚନ ପରିବେଷଣ ସହିତ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା।ପୂଜା କମିଟି ସଭାପତି ହ୍ରୃଷିକେଶ ବିଶ୍ଵାଳ,ଦେବେନ୍ଦ୍ର ସାହୁ,ନଟବର ବାରିକ,ସନ୍ତୋଷ କୁମାର ନାୟକ,ଲକ୍ଷ୍ମୀଧର ସାହୁ,ରବିନ୍ଦ୍ର ନାଥ ରାଉତ,ଧୂଳ ଚରଣ ରାଉତ, ନୃସିଂହ ସ୍ବାଇଁ, ଶୁକଦେବ ନାୟକ,ଜୟନ୍ତ ବିଶ୍ବାଳଙ୍କ ସମେତ ସମସ୍ତ ଗ୍ରାମ ବାସୀ ଉତ୍ସବ ପରିଚାଳନା କରିଥିଲେ।