ଏରସମା, 25/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଜଗତସିଂହପୁର ଜିଲ୍ଲା ଅଧିନ ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର କଙ୍କରଦିଆ ଗ୍ରାମରେ ବ୍ରଦର୍ସ ପୂଜା କମିଟି ତରଫରୁ ୧୩ ତମ ବାର୍ଷିକ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବଦର୍ସ ପୂଜା କମିଟି ତଥା ଆଶୀର୍ବାଦ ଚାରିଟେବୁଲ ଟ୍ରଷ୍ଟର ସଂପାଦକ ରାକେଶ ସୂତାର ସଂପାଦକୀୟ ବିବରଣୀ ପଠନ କରିଥିଲେ, ଶୃଦ୍ଧାମୃତା ପୁସ୍ତକ ଉନ୍ମୋଚନ କରାଯାଇଥିଲା।ସମାଜସେବୀ ଡ଼ ଦେବଦତ୍ତ ସାମନ୍ତରାୟଙ୍କ ସଭାପତିତ୍ବରେ ଉଦଘାଟନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ କରିବା ସହିତ କମିଟିର ସଦସ୍ୟମାନେ ସମସ୍ତେ ଏକାଠି ହୋଇ ଭାଇଚାର ବଜାୟ ରଖିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦିନକୁ ଦିନ ଲୋପ ପାଇବାକୁ ବସିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବଜାୟ ରଖଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଇଥିଲେ। ତତ୍ ସହିତ ପିଲାମାନଙ୍କୁ ଭଲ ପାଠ ପଢି ଭଲ ମଣିଷ ହେବା ସହିତ ସାମାଜିକ କାର୍ଯ୍ୟରେ ଆଗେଇ ଆସିବାକୁ ଯୁବ ପିଢୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ବାଲିତୁଠରୁ ତ୍ରିଲୋଚନପୁର ଯାତାୟତରେ ପଥଚାରୀ ମାନେ ଅସୁବିଧାରେ ସମ୍ମୁଖୀନ ହେଉଥିବାରୁ ଆରଡି ରାସ୍ତା କାମ ଯଥାଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ମୁଖ୍ୟବକ୍ତା ଭାବେ ସମାଜସେବୀ ଶିଶିର ପରିଜା ଯୋଗଦେଇ ନିଜ ଅଞ୍ଚଳର ପିଲାମାନଙ୍କୁ ପ୍ରଶଂସା କରିବା ସହିତ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆଗକୁ ଚାଲୁ ରଖିବା ସହିତ ଭାଇଚାରା ବଜାୟ ରଖିବାକୁ ପିଲାମାନଙ୍କୁ କହିଥିଲେ। ସମ୍ମାନିତ ଅତିଥି ଭାବେ ବାମଦେଇପୁର ପଞ୍ଚାୟତ ସରପଞ୍ଚ ବୈଜୟନ୍ତୀ ମହାନ୍ତି, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ ଦାସ, ଏରସମା ବ୍ଲକ୍ ବିଜୁଜନତା ଦଳର ଉପ ସଭାପତି ଲୋକନାଥ ରାଉତ,ବାମଦେଇପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ,ପ୍ରଦାୟନୀ ମହାନ୍ତି, ସମାଜସେବୀ ମଣିଶଙ୍କର ପରିଡା ଯୋଗଦେଇ ଥିଲେ।ଏହି ଅବସରରେ ସ୍ଥାନୀୟ ପ୍ରତିଭା ଧାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଶୀର୍ବାଦ ଚାରିଟେବୁଲ ଟ୍ରଷ୍ଟର ସଭାପତି ଉମାକାନ୍ତ ପରିଡା ଧନ୍ୟବାଦ୍ ଦେଇଥିଲେ।ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲାl