ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଙ୍କରଦିଆରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଏରସମା, 25/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ବାମଦେଇପୁର ପଞ୍ଚାୟତ ଅନ୍ତର୍ଗତ କଙ୍କରଦିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ କଙ୍କରଦିଆ ଆଶୀର୍ବାଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବିଜେପି ନେତା ଶଶୀକାନ୍ତ ପରିଡା ସ୍ବେଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଶ୍ରୀଯୁକ୍ତ ପରିଡା ରକ୍ତଦାନ କରୁଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଏକ ମହତ ଦାନ ,ରକ୍ତ ବଞ୍ଚାଏ ଶତ ଜୀବନ, ଅର୍ଜନ କର କୋଟିଏ ପୂଣ୍ଣ,ସଫଳକର ମାନବ ଜୀବନ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରକାଶ ପାଲ୍, ଅମରେନ୍ଦ୍ର ମହାପାତ୍ର ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରେଡକ୍ରସ ରକ୍ତ କେନ୍ଦ୍ରର ଡ଼ ମନୋଜ କୁମାର ସେଠୀ,ଟେକିନ୍ସିଆଲ୍ ପ୍ରଶାନ୍ତ ବାରିକ,ବିକ୍ରମ ପରିଡା ରକ୍ତ ସଂଗ୍ରହର ସହାୟତା କରିଥିଲେ। ଆଜିର ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରକୁ ଆଶୀର୍ବାଦ ଚାରିଟେବୁଲ ଟ୍ରଷ୍ଟର ସଭାପତି ଉମାକାନ୍ତ ପରିଡା, ସଂପାଦକ ରାକେଶ ସୂତାର, କୋଷାଧ୍ୟକ୍ଷ ଫକୀର ଚରଣ ସାହୁ,ବିକ୍ରମ କିଶୋରୀ ରାଉତରାୟ, ମନୋଜ ପ୍ରଧାନ,ପ୍ରଭାସ ସୂତାର,ବାବୁଜୀ ଖଟୁଆ, ଆଶୀର୍ବାଦ ପରିଡାଙ୍କ ସମେତ ଆଶୀର୍ବାଦ ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
15