ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାଶୀପୁର ବ୍ଲକ ଟିକିରିରେ ବଜରଙ୍ଗ ଦଳ ବୈଠକ,ନୂତନ ଦାୟିତ୍ୱ ଘୋଷଣା

ରାୟଗଡ଼ା, 25/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ପଞ୍ଚାୟତର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଗଠନକୁ ସୁଦୃଢ଼ କରିବା, ହିନ୍ଦୁ ସମାଜକୁ ସଂଗଠିତ କରିବା ଓ ସ୍ଥାନୀୟ ସ୍ତରରେ କାର୍ଯ୍ୟକର୍ତ୍ତାମାନଙ୍କୁ ସକ୍ରିୟ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ସେଥିସହ ଟିକିରି ପଞ୍ଚାୟତ ପାଇଁ ବଜରଙ୍ଗ ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ଘୋଷଣା କରାଯାଇଥିଲା। ନୂତନ ଭାବେ ଦାୟିତ୍ୱ ପ୍ରାପ୍ତ କରିଥିବା କାର୍ଯ୍ୟକର୍ତ୍ତାମାନେ ହେଲେ— ବଜରଙ୍ଗ ଦଳ କାଶୀପୁର ବ୍ଲକ ସଂଯୋଜକ ଭାବେ କିରଣ କୁମାର, ଟିକିରି ପଞ୍ଚାୟତ ସଂଯୋଜକ ସୂର୍ଯ୍ୟନାରାୟଣ ନାୟକ, ସହ-ସଂଯୋଜକ ପିୟାଂଶୁ ପ୍ରଧାନୀ, ମିଳନ କେନ୍ଦ୍ର ପ୍ରମୁଖ ସଞ୍ଜୟ ବେହେରା, ସୁରକ୍ଷା ପ୍ରମୁଖ ବୈକୁଣ୍ଠ ଦୁରିଆ, ଗୋ-ସୁରକ୍ଷା ପ୍ରମୁଖ ରାମଚନ୍ଦ୍ର ସାହୁ, ବଳ ଉପାସନା ପ୍ରମୁଖ ସୁନୀଲ କୁମାର ବେହେରା ଏବଂ ବିଦ୍ୟାର୍ଥ ପ୍ରମୁଖ ସମର ନାଥ ପଣ୍ଡା।ଏହି ବୈଠକରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଡ଼. ବାବୁରାଓ ମହାନ୍ତି, ଜିଲ୍ଲା ସହ-ସଂପାଦକ ଗୋପୀନାଥ ବ୍ରହ୍ମା, ଜିଲ୍ଲା ଉପସଭାପତି ଆନନ୍ଦ ରାଓ, ଜିଲ୍ଲା ସତସଙ୍ଘ ପ୍ରମୁଖ ସୁଶାନ୍ତ ପ୍ରଧାନ, ବଜରଙ୍ଗ ଦଳ ଜିଲ୍ଲା ସହ-ସଂଯୋଜକ ଶସ୍ୟଜ୍ୟୋତି ବେହେରା ଓ କାର୍ଯ୍ୟକର୍ତ୍ତା ବି. ରାଜେଶ ପ୍ରମୁଖ ଉପସ୍ଥିତ ରହି ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନର ଦାୟିତ୍ୱ, ଲକ୍ଷ୍ୟ ଓ ସେବାଭାବ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ହିନ୍ଦୁ ସମାଜର ସେବା, ସଂଗଠନର ସୁଦୃଢତା ଓ ଯୁବଶକ୍ତିଙ୍କ ସକ୍ରିୟ ଭୂମିକା ପାଇଁ ସଙ୍କଳ୍ପ ସହ ବୈଠକଟି ସଫଳତାର ସହିତ ସମାପ୍ତ ହୋଇଥିଲା।
6