ପାରାଦୀପ ଗଡ, 26/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ଶଶୁର ଏବଂ ପ୍ରାକ୍ତନ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଅଧୀର କୁମାର ବେହେରା ଓ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କର ପିତା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ବେହେରା ୯୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି l ଶ୍ରୀଯୁକ୍ତ ସାମ୍ୟବାଦୀ ଆନ୍ଦୋଳନ ରେ ସାମିଲ ହେବା ସହିତ କେନ୍ଦ୍ରାପଡ଼ା ଜିଲ୍ଲା ର ବରକୋଳି ଖୋଳା ଅଂଚଳରେ ଜଙ୍ଗଲ ସଫାକରି କମଳାଡ଼ିଆ କନ୍ଧା ନାମରେ ଧାନ ଓ ମାଛ ଚାଷ ପାଇଁ ଚାଷୀଙ୍କ ନେତୃତ୍ୱ ନେଉଥିଲେ l ଗତ ଡ଼ିସେମ୍ବର ମାସ ୦୮ ତାରିଖ ଦିନ ହଟାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପାରାଦୀପ ଓ ପରେ ଭୁବନେଶ୍ବର ର ଷ୍ଟାର୍, କିମ୍ସ, ହସ୍ପିହୋମ, ଅଶ୍ୱନି ନର୍ସିଂହୋମ ଓ ଶେଷରେ ପାରାଦୀପ ସ୍ଥିତ କେ.ଏମ୍.ଏସ୍ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ l ଆଜି ସନ୍ଧ୍ୟା ୭.୩୮ ମିନିଟ୍ ରେ ଚିକିତ୍ସିତ ହେଉଥିବା ସମୟରେ ଶେଷ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କର ତିନି ପୁଅ ଅଧୀର, ସଞ୍ଜୟ, ଅଜୟ ଓ ଦୁଇ ଝିଅ ବିଦ୍ୟୁଲତା ଓ ବିଜୟିନୀ ଉପସ୍ଥିତ ଥିଲେ l ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକ ତାଙ୍କ ପାରାଦୀପ ଗଡ ବାସ ଭବନ ସମ୍ମୁଖରେ ରୁଣ୍ଡ ହୋଇଥିଲେ l ଏକ ସ୍ବତନ୍ତ୍ର ଶୋଭାଯାତ୍ରା ରେ ତାଙ୍କୁ ସମ୍ମାନ ଘାଟ କୁ ନିଆଯାଇ ଶେଷକୃତ ସମ୍ପନ୍ନ ହୋଇଥିଲ l