ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ୭୭ତମ ସାଧାରଣତନ୍ତ୍ର ଦିବସ 🇮🇳 ପାଳନ

ଢେଙ୍କାନାଳ, 26/01/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ 🇮🇳 ଯଥାରୀତିରେ ପାଳିତ ହୋଇଅଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ବିଦ୍ୟାଳୟର ସ୍କାଉଟ, ଗାଇଡ଼ ଓ ସିଭିଲ ଛାତ୍ରଛାତ୍ରୀ ମାନଙ୍କ ସମ୍ମଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମ ଚିରାଚରିତ ଢଙ୍ଗରେ ପାଳିତ ହୋଇଥିଲା। ପରେ ପରେ ପ୍ୟାରେଡ଼ ଛାତ୍ରଛାତ୍ରୀ ମାନେ ଦାୟିତ୍ୱରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହ ମୁଖ୍ୟ ଷ୍ଟାଡିୟମ ଯାଇଥିଲେ। ଏହି ଅବସରରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା।
Article Image
14