ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ ୧୯୬୮ ବ୍ୟାଚ ବନ୍ଧୁମିଳନ

କୁଜଙ୍ଗ , 02/02/2025, ଉତ୍କଳ voice news - utkalvoicenews.comକୁଜଙ୍ଗ ବ୍ଲକ ଅନ୍ତର୍ଗତ କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ ୧୯୬୮ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧୯୬୮ ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ବନବିହାରୀ କାପୁରଙ୍କ ପ୍ରତିମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜି ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ। ଏଥିସହିତ ପରଷ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବାପାଇଁ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନ କରିବାକୁ ଏହି ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ବନ୍ଧୁମିଳନ ଉତ୍ସବରେ ଯୋଗ ଦେଇଥିଲେ। ପ୍ରାକ୍ତନ ଛାତ୍ର ପ୍ରେମାନନ୍ଦ ପରିଡ଼ା, ମହେଶ୍ୱର ସାହୁ,ରସାନନ୍ଦ ସ୍ୱlଇଁ, ନବ ଚ୍ୟୋଧୁରୀ, ବାସନ୍ତୀ ଗଚ୍ଛାୟତ,ଶ୍ରୀଧର ବେହେରା, ରବିନ୍ଦ୍ର କୁମାର ଦାସ, ନୀଳମଣି ସାହୁ, ପ୍ରଭାକର ମଲ୍ଲିକ, ନରହରି ଜେନା, ବିପିନ ବିହାରୀ ସାମନ୍ତରାୟ, ଜିତେନ୍ଦ୍ର ସାହୁଙ୍କ ସମେତ ୧୯୬୮ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନରେ ଯୋଗ ଦେଇଥିଲେ ।
Article Image
1