ଏରସମା, 26/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା କୋର୍ଟ ପରିସରରେ ବିଚାରପତି ରୋସନିବାଳା ସେନାପତି ପତାକା ଉତ୍ତୋଳନ କରିଥିଲେ, ସେହିପରି ଏରସମା ବ୍ଲକ୍ ପରିସରରେ ଏରସମା ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ପତାକା ଉତ୍ତୋଳନ କରିଥିଲେ , ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ଏରସମା ବିଡ଼ିଓ ଦାସରଥି ଜେନା ଉପସ୍ଥିତ ଥିଲେ। ସେହିପରି ଏରସମା ବିଜୁଜନତା ଦଳ କାର୍ଯ୍ୟଳୟରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ପତାକା ଉତ୍ତୋଳନ କରିଥିଲେ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ଯୁବ ସଭାପତି ପାର୍ଥ ସାରଥି ରାଉତ, ଉପସଭାପତି ଲୋକନାଥ ରାଉତ ଉପସ୍ଥିତ ଥିଲେ। ଏରସମା ଆଞ୍ଚଳିକ ଯୁବ ପରିଷଦ ପରିସରରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ପତାକା ଉତ୍ତୋଳନ କରିଥିଲେ, ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ଆଞ୍ଚଳିକ ଯୁବ ପରିଷଦ ସଂପାଦକ ଜ୍ୟୋତି ରଞ୍ଜନ କୂଅଁର ଉପସ୍ଥିତ ଥିଲେ।ସେହିପରି ଶାରଳା ଆଇଟିଆଇରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ପତାକା ଉତ୍ତୋଳନ କରିଥିଲେ,ଏରସମା ଗ୍ରାମ୍ୟ ଜଳଯୋଗାଣ ଅଫିସରେ କନିଷ୍ଠ ଯନ୍ତ୍ରୀ ଇଂ ପ୍ରମୋଦ କୁମାର ପରିଡ଼ା ପତ୍ତାକା ଉତ୍ତୋଳନ କରିଥିଲେ। ଚଟୁଆ ଦୃଗାତ୍ସାବ ସମିତିରେ ସମିତିର ସଭାପତି ପତାକା ଉତ୍ତୋଳନ କରିଥିବାବେଳେ ଚଟୁଆ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ସଭାପତି ଦେବଦତ୍ତ ସାହାଣୀ ପତାକା ଉତ୍ତୋଳନ କରିଥିଲେ ।