ରାୟଗଡ଼ା, 26/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :

ଆଜି ସାଇପ୍ରିୟା କ୍ଲବ ଆନୁକୂଲ୍ୟରେ 77ତମ ଗଣତନ୍ତ୍ର ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି. ଏହି ସମାରୋହ ରେ ୱାର୍କର ବିଷ୍ଣୁ ପ୍ରସାଦ ପାତ୍ର (ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ) ଉପଦେଷ୍ଟା ସାଇପ୍ରିୟା ୱାର୍କର କ୍ଲବ,ମୁଖ୍ୟ ନିମନ୍ତ୍ରିତ ଅତିଥି ଓ ୱାର୍କର . ଅଭିମନ୍ୟୁ ନାୟକ.( ମୁଖ୍ୟ ଅଂଚ୍ଚଳିକ ସଂଯୋଜକ ୱାର୍କସ ଇଣ୍ଟେର୍ନେଶନାଲ ) ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ. ସାଇପ୍ରିୟା ୱାର୍କସ କ୍ଲବ ର ସଭାପତି ୱାର୍କର. ଜୟକୃଷ୍ଣ ପ୍ରଧାନ ପତାକା ଉତୋଳନ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା. ସାଇପ୍ରିୟା ୱାର୍କର କ୍ଲବ ର ସ୍ଥାପକ ତଥା ଉପଦେଷ୍ଟା ୱାର୍କର. ସୁବାଷ ବେହେରା, ଉପଦେଷ୍ଟା ୱାର୍କର. ଦେବରାଜ ପଣ୍ଡା, ଉପଦେଷ୍ଟା ୱାର୍କର. ବିଷ୍ଣୁ ପ୍ରସାଦ ପାତ୍ର ଓ ୱାର୍କର. ଅଭିମନ୍ୟୁ ନାୟକ ପ୍ରମୁଖ ନିଜ ନିଜ ର ସାର ଗର୍ଭକ, ମାର୍ଗଦର୍ଶୀ ଓ ଉପଯୋଗୀ ବକ୍ତବ୍ୟ ମାନ ସଦସ୍ୟ ମାନଙ୍କ ସମ୍ମୁଖ ରେ ଉପସ୍ଥାପନ କରିଥିଲେ. ଏହି ଅବସରରେ ନୂତନ ସଦସ୍ୟତା ଗ୍ରହଣ କରିଥିବା ୱାର୍କର. ବିଷ୍ଣୁ ପ୍ରସାଦ ପାତ୍ର, ୱାର୍କର ପଦ୍ମନାଭ ତାଡିଙ୍ଗି, ୱାର୍କର. ହୃଦୟାନନ୍ଦ ଆଚାର୍ଯ୍ୟ, ୱାର୍କର. ସୁରେନ୍ଦ୍ର ସାହୁ, ୱାର୍କର. ବିଷ୍ଣୁ ପରିଡାଲୁ ଙ୍କ ସମେତ 2026 ର ସମସ୍ତ ନୂତନ ନିର୍ବାଚିତ କର୍ମକର୍ତ୍ତା, ୱାର୍କର ଦେବରାଜ ପଣ୍ଡା (ଉପଦେଷ୍ଟା) ୱାର୍କର ଜଗନ୍ନାଥ ନାୟକ (ସମ୍ପାଦକ ), ୱାର୍କର. ଲାଲମୋହନ ବେହେରା( ଉପସଭାପତି -1)ୱାର୍କର. ବିପ୍ର ଚରଣ ବ୍ରମହା (ଉପସଭାପତି -2), ୱାର୍କର. କେ. ବୈକୁଣ୍ଠ ରାଓ ( କୋଷାଧକ୍ଷ୍ୟ) ୱାର୍କର.ପି. ସୁରେଶ,(ଅତିରିକ୍ତ ସମ୍ପାଦକ) ୱାର୍କର. କେ. ଧର୍ମରାଜୁ (ଲୋକ ସମ୍ପର୍କ ଅଧିକାରୀ ), ୱାର୍କର. ତ୍ରିନାଥ ରାଓ (ଜୋଲି ୱାର୍କର ),ପ୍ରମୁଖଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିବା ସହିତ କ୍ଲବ କୁ ସ୍ୱାଗତ କରାଯାଇଥିଲା. ଏହି ଉତ୍ସବ ରେ ଅନ୍ୟୁନ୍ୟ 40 ରୁ 45 ଜଣ ସଦସ୍ୟ ଉପସ୍ଥିତ ରହି ମହାଡ଼ମ୍ବରରେ, ଯାକଜମକ ଓ ଭଵ୍ୟତା ର ସହ ଉତ୍ସବ ଟି କୁ ପାଳନ କରି ଥିଲେ.


