ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜ୍ୟ ପି ଏ ଜି ସଂଘ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଙ୍କୁ ସାଧାରଣତନ୍ତ୍ର ଶୁଭେଚ୍ଛା ସହ ଧନ୍ୟବାଦ୍ ଅର୍ପଣ

ରାୟଗଡ଼ା, 26/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଆଜି ଷ୍ଟେଟ୍ ପି ଏ ଜି ଆସୋସିଏସନ୍ ର କିଛି ସଦସ୍ୟ ସଂଘ ପକ୍ଷରୁ ରାୟଗଡ଼ା ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସାକ୍ଷାତ କରି ପୁଷ୍ପ ଗୁଛ ଦେଇ ସାଧାରଣତନ୍ତ୍ର ଦିବସ ର ଶୁଭେଚ୍ଛା ଦେଇଥିଲେ , ତାସହ ୨୦୨୦ ମସିହାରେ ଛଟେଇ ପରଠାରୁ ପୂର୍ବ ସରକାରଙ୍କୁ ପୁନଃ ନିଯୁକ୍ତି ନିମନ୍ତେ ବହୁଥର ଅନୁରୋଧ କରିବା ସ୍ଵତେ ମଧ୍ୟ କୌଣସି ସଫଳତା ମିଳି ନଥିଲା । କିନ୍ତୁ ବର୍ତ୍ତମାନ ର ସରକାର ଆସିବା ପରେ ପ୍ରଥମେ ମୁଖ୍ୟ ମନ୍ତ୍ରୀ ରାଜ୍ୟ ପି ଏ ଜି ସଂଘକୁ ସାନ୍ତନା ମୂଳକ ପ୍ରତିଶ୍ଵତି ଦେବା ସହ ପରବର୍ତ୍ତୀ ସମୟରେ ବିଭାଗୀୟ ମନ୍ତ୍ରୀ ସଂଘ କୁ ପୁନଃ ନିଯୁକ୍ତି କରାଇବା ନିମନ୍ତେ ପ୍ରତିସ୍ଵତି ଦେଇଥିଲେ । ଏହାପରେ ବିଭାଗ ତରଫରୁ ପୁନଃ ନିଯୁକ୍ତି ପ୍ରକ୍ରିୟା ତୋରାଣିତ ହେବା ବିଷୟରେ ସଂଘକୁ ସୂଚନା ଦିଆ ଯାଇଥିଲା । ତେଣୁ ଆଜି ସଂଘ ପକ୍ଷ ରୁ କିଛି ସଦସ୍ୟ ମନ୍ତ୍ରୀ ଙ୍କୁ ଭେଟି ପୂର୍ବରୁ ମନ୍ତ୍ରୀ ଦେଇଥିବା ପୁହଁନିଯୁକ୍ତି ପ୍ରତିଶ୍ରୁତି ର ଶୀଘ୍ର କାର୍ଯ୍ୟକାରୀ କରିବା ନିମନ୍ତେ ଅନୁରୋଧ କରିବା ସହ ୫ ବର୍ଷ ପରେ ମିଳିବାକୁ ଯାଉଥିବା ସଫଳତା ନିମନ୍ତେ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଧନ୍ୟବାଦ ଦେଇଥିଲେ । ଯାହା ଫଳରେ ବିଭାଗୀୟ ମନ୍ତ୍ରୀ ଉକ୍ତ ବିଷୟ କୁ ସମ୍ମତି ପ୍ରଦାନ କରିବା ସହ ତୃଣମୂଳ ସ୍ତରରେ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଇ ଭିନ୍ନକ୍ଷମ ସଶକ୍ତି କରଣ କରିବା ସହ ବରିଷ୍ଟ ନାଗରିକ ମାନକ ପାଖରେ ସମସ୍ତ ସୁବିଧା ସହଜ ରେ ପହଞ୍ଚାଇବା ପାଇଁ ମତ ପ୍ରକାଶ କରିଛନ୍ତି ।
8