ବାଲିତୁଠ, 03/11/2024, ଉତ୍କଳ voice news - utkalvoicenews.comଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଭରତ ସ୍ଵାଇଁଙ୍କ ଘରୁ ଏକ ବିଷଧର ଗୋଖର ସାପକୁ ଉଦ୍ଧାର କରିଛି ବାଲିତୁଠ ବନ ବିଭାଗ।ତେବେ ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଭରତ ସ୍ବାଇଁଙ୍କ ଘରେ ଏକ ବିଷଧର ଗୋଖର ସାପ ରହୁଥିବାର ଖବର ପାଇ ବାଲିତୁଠ ଫରେଷ୍ଟର ପଦ୍ମନାଭ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସ୍କାଡ୍ ମେମ୍ବର ପ୍ରଦୀପ୍ତ ଦାସ ଓ ଅତିସ୍ କୁମାର ସ୍ଵାଇଁ ଘଟଣା ସ୍ଥଳରେ ପହଞ୍ଚି ଭରତ ସ୍ବାଇଁଙ୍କ ଘରୁ ବିଷଧର ଗୋଖର ସାପକୁ ଉଦ୍ଧାର କରିଥିଲେ।ପରେ ପରେ ଉଦ୍ଧାର ହୋଇଥିବ ବିଷଧର ଗୋଖର ସାପଟିକୁ ବାଲିତୁଠ ବନ ବିଭାଗ କତୃପକ୍ଷଙ୍କ ପକ୍ଷରୁ ବଡତଣ୍ଡା ଜଙ୍ଗଲରେ ଛଡାଯାଇଥିବା ଫରେଷ୍ଟର ପଦ୍ମନାଭ ରାଉତ ସୂଚନା ଦେଇଛନ୍ତି।