ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆମ୍ ଆଦମୀ ପାର୍ଟି ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳିତ।

ଢେଙ୍କାନାଳ, 26/01/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି କଚେରି ରୋଡ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ତଥା କବିଜ୍ଯୋତି ଶ୍ରୀ ନିରଞ୍ଜନ ପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସାମୁହିକ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ,ମୁଖ୍ୟ ଅତିଥି ଦେଶ ସ୍ଵାଧୀନ ହେବାରେ ଯେଉଁ ମହାମନିସଙ୍କ ଅବଦାନ ଥିଲା ସେମାନଙ୍କ ସ୍ମୃତି ଚାରଣ ସହିତ ଆମ ସମ୍ବିଧାନ ବିଷୟରେ ଅବଗତ କଲେ।ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ,ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଜିତେନ୍ଦ୍ର ବେହେରା,ଅବସରପ୍ରାପ୍ତ ଶିକ୍ଷକ ତଥା ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ସଦର ବ୍ଲକର ବରିଷ୍ଠ ସଦସ୍ୟ ପ୍ରସନ୍ନ ବରାଳ, ଓଡ଼ାପଡ଼ା ବ୍ଲକ୍ ସଭାପତି ପିତାମ୍ବର ଦାସ,ପୌର ପାଳିକାର ବରିଷ୍ଠ ସଦସ୍ୟ ସୁନିଲ୍ କୁମାର ସାହୁ,ପିତାମ୍ବର ସାମନ୍ତରାୟ, ଜୟଦେବ ବେହେରା ସୋମନାଥ ଦାସ, ଚିନ୍ମୟ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।
22