ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାତୀୟ ପତାକା ଅବତରଣ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ।

କୁଜଙ୍ଗ , 27/01/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜାତୀୟ ପତାକା ଅବତରଣ ବେଳେ ଅଘଟଣ।ବିଦ୍ୟୁତ ଆଘାତ ରେ ଚାଲିଗଲା ଛାତ୍ର ର ଜୀବନ। କୋଚିଂ ସେଣ୍ଟର ଛାତ ଉପରୁ ଜାତୀୟ ପତାକା ଅବତରଣ ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ଘଟଣା ଘଟିଛି କୁଜଙ୍ଗ ଥାନା ଅଧିନ କୁଜଙ୍ଗ ଗ୍ରାମରେ। ମୃତକ ୧୦ମ ଶ୍ରେଣୀ ର ଛାତ୍ର ଓମ୍ ପ୍ରକାଶ ଦ୍ବିବେଦୀ ।ଆଜି ସାଧାରଣ ତନ୍ତ୍ର ଦିବସରେ କୁଜଙ୍ଗ ଗ୍ରାମର ଏକ କୋଚିଂ ସେଣ୍ଟରରେ ସକାଳୁ ଜାତୀୟ ପତାକା ଉତ୍ତୋଳନ କରା ଯାଇଥିଲା। ସଂନ୍ଧ୍ୟା ରେ କୋଚିଂ ସେଣ୍ଟର ର ଛାତ ଉପରେ ପତାକା ଅବତରଣ କରିବା ସମୟରେ ଓମ୍ ପ୍ରକାଶ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛାତ ଉପରେ ପଡି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟସେବା କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ତେରଗାଁ ଗ୍ରାମର ମାନସ କୁମାରଙ୍କ ୧୬ ବର୍ଷୀୟ ପୁଅ ଓମ୍ ପ୍ରକାଶ ଦ୍ବିବେଦୀ ବୋଲି ଜଣାପଡିଛି। ସେ କୁଜଙ୍ଗ ସମାଗୋଳ ନିଜ ମାମୁଁ ଘରେ ରହି ପାଠ ପଢୁଥିଲେ। ଘଟଣା କୁ ନେଇ କୁଜଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଖବରପାଇ ଘଟଣା ସ୍ଥଳରେ କୁଜଙ୍ଗ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Article Image
5