ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାରଳା ମହାବିଦ୍ୟାଳୟ ରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

ରାହାମା / କୁଜଙ୍ଗ , 27/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ସାରଳା ମହାବିଦ୍ୟାଳୟ ପରିସରରେ ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଡ଼ଭୋକେଟ ତଥା ସମାଜସେବୀ ଡ଼ଃ ସୁନାକର ବେହେରା ଙ୍କ ସଂଯୋଜନାରେ ଆଜିର ଏହି ସଚେତନ କାର୍ଯ୍ୟକ୍ରମ ପରିଚାଳନା ସହିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ନିମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ସହିତ ସମ୍ବର୍ଦ୍ଧନା କରିବା ପରେ ଏହି ସଚେତନତା କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା।
Article Image
ମୁଖ୍ୟ ଅତିଥିଭାବେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ମୋଟର ଜାନ ଅଧିକାରୀ ଶ୍ରୀମତୀ ମନୋରମା ମାଝୀ,ମୁଖ୍ୟ ବକ୍ତା ଭାବେ ରସାୟନ ବିଜ୍ଞାନ ଅଧ୍ୟାପକ ସୁରେନ୍ଦ୍ର ନାଥ ମିଶ୍ର, ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ଃ ରାକେଶ କୁମାର କାଣ୍ଡି, କମ୍ପୁଟର ବିଭାଗ ର ଡି.ଓ ପ୍ରଶାନ୍ତ କୁମାର ଦାସ, ମହେନ୍ଦ୍ର କୁମାର ସ୍ୱାଇଁ,ତପନ କୁମାର ବେହେରା, ଶାରଦା ପ୍ରସନ୍ନ ବରାଳ ଇତ୍ୟାଦି ଯୋଗଦାନ କରିଥିଲେ। ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ବହୁ ସଂଖ୍ୟାରେ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ତାଙ୍କ ଅଭିଭାଷଣ ରେ କହିଥିଲେ ପ୍ରତେକ ଦିନ ରାଜପଥରେ ଘଟୁଥିବା ସଡ଼କ ଦୃଘଟଣା ସରକାରଙ୍କ ଚିନ୍ତାର ବିଷୟ ହୋଇଅଛି ତେଣୁକରି ମୂଲ୍ୟବାନ ଜୀବନର ସୁରକ୍ଷା ପାଇଁ ସରକାର ଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ।
Article Image
ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ସାମୁହିକ ସଡ଼କ ସୁରକ୍ଷା ପାଇଁ ସାମୁହିକ ଶପଥ ଗ୍ରହଣ କରିବା ସହ ପରିବହନ ବିଭାଗ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା,ଲିପଲେଟ ଓ ଫୋଲଡର ପ୍ରଦାନ କରାଯାଇଥିଲା। ସ୍ବେଛାସେବୀ ବିନୋଦ କୁମାର ବରାଳ,ସୁଲେଖ ବେହେରା,ସମ୍ବାଦ ପ୍ରତିନିଧି ସାମ୍ବାଦିକ ଦେବାଶିଷ ଅକ୍ଷୟ କୁମାର ମହାନ୍ତି,ସରୋଜ କୁମାର ସାହୁ ସଚେତନତା ରେ ସହଯୋଗ କରିଥିଲେ। ସମାଜସେବୀ ଡକ୍ଟର ବେହେରା ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ବରେଣ୍ୟ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ।
Article Image
Article Image
3