ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାବାଜୀ ମହେଶ୍ୱର ଦାସ (ଶୁକ) ବାବାଙ୍କ ବ୍ରହ୍ମଲିନ

ରାହାମା / କୁଜଙ୍ଗ , 27/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ଗ୍ରାମ ପଞ୍ଚାୟତର ଚାନ୍ଦପୁର ଗ୍ରାମରେ ଥିବା ଠାକୁର ଅଭିରାମ ପରମହଂସ ଙ୍କ ପାଦୁକା ଆଶ୍ରମର ମଠାଧୀଶ ବାବାଜୀ ମହେଶ୍ୱର ଦାସ "ସୁକବାବାଙ୍କ ପବିତ୍ର ମାଘ ସପ୍ତମୀ ରାତ୍ର 12 ଟାରେ ବ୍ରହ୍ମ ଲୀନ ହୋଇଛନ୍ତି। ମହାରାଜଙ୍କ ଏ ଦୁଖଃଦ ଖବର ଅଞ୍ଚଳ ବାସି ଜାଣିବା ପରେ ବାବାଙ୍କୁ ଭଲପାଉଥିବା ଶହ ଶହ ଶ୍ରଦ୍ଧାଳୁ, ଭକ୍ତ ଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣ ମାନେ ଉପସ୍ଥିତ ହେବାସହିତ ବାବାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିବା ଶହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ବାବା ଙ୍କ ମର ଶରୀରକୁ ଏକ ସୁସଜିତ ଜାନରେ ହରିବୋଲ ହୁଳହୁଳି ସହିତ ଭଜନ କୀର୍ତ୍ତନ କରି ଚାନ୍ଦପୁର, ପଟୁସାହି, ପଙ୍କପାଳ, ତେରମାଣପୁର,ରାହାମା ବଜାର, ତାଳପଡା, ବରୁଣ୍ଡି ଇତ୍ୟାଦି ଗ୍ରାମ ପରିକ୍ରମା କରି ଶେଷରେ ପାଦୁକା ଆଶ୍ରମ ପରିସରରେ ବାବାଙ୍କୁ ସମାଧି ପ୍ରଦାନ କରାଯାଇଥିଲା। ଶାନ୍ତି ଆନନ୍ଦ ଆଶ୍ରମ କରମଳା ର ପ୍ରଧାନ ଆଚାର୍ଯ୍ୟ ମହୋଦୟଙ୍କ ପରାମର୍ଶ ଅନୁଯାଇ ବାବାଜୀ ସଦାନନ୍ଦ ଦାସଙ୍କ ଦ୍ୱାରା ସମାଧି ପ୍ରଦାନ କରାଯାଇଥିଲା। ନାମାଚାର୍ଯ୍ୟ ବାବାଜୀ ନୀଳମଣି ଦାସ ମହାରାଜ ଙ୍କ ପୌରହିତ୍ୟରେ ଶିଷ୍ୟ ଓ ଗୁରୁଭାଇ ମାନଙ୍କ ପରାମର୍ଶ ଅନୁଯାଇ ଆଗାମୀ ଫେବୃଆରୀ ମାସ ତା 12/02/2026 ତାରିଖରେ ସମାଧି ପ୍ରତିଷ୍ଠା ଉତ୍ସବ ସହିତ ଅଷ୍ଟପ୍ରହରୀ ନାମଯଜ୍ଞ ଇତ୍ୟାଦି ଅନୁଷ୍ଠିତ ହେବାନେଇ ଆଶ୍ରମ ତରଫରୁ ସୂଚନା ଦିଆଯାଇଛି।ମାତା ଶତରୁପା ଦାସ,ସମାଜସେବୀ ଡକ୍ଟର ସୁନାକର ବେହେରା, ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ସାହୁ, ଉତ୍ତମ ଚରଣ ଦାସ, ପ୍ରକାଶ କୁମାର ସାହୁ, ଦେବେନ୍ଦ୍ର ମହାନ୍ତି ଇତ୍ୟାଦି ଅଞ୍ଚଳ ବାସୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାବା ଙ୍କ ମହା ପରାୟଣ କାର୍ଯ୍ୟ ସମାପନ କରାଯାଇଥିଲା।
4