ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଦୁଇ ଜଣ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ

କୁଜଙ୍ଗ / ମଙ୍ଗରାଜପୁର ଗ୍ରାମ, 27/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗଣ୍ଡିକିପୁର ପଞ୍ଚାୟତ ଅନ୍ତର୍ଗତ ତରପଡା ଗ୍ରାମର କର୍କଟ ରୋଗରେ ପୀଡିତା ମିନା ସାମଲ, ମଙ୍ଗରାଜପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କିଡ଼ନୀ ରୋଗରେ ପୀଡ଼ିତ ମହେଶ୍ୱର ରାଉତଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଦୁଇ ଜଣ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | ଗତ କିଛି ମାସ ହେବ ସେମାନେ ଦୂରାରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ନିଷ୍ପତି କ୍ରମେ ପରାମର୍ଶଦାତା ସରୋଜ କୁମାର ବେହେରା, ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ, ଜୀବନଜ୍ୟୋତି ଜୟସିଂ, ସୁଧାକର ମହାନ୍ତି, ହରେକୃଷ୍ଣ ବେହେରା, ସତ୍ୟବ୍ରତ ଦାସ ଏବଂ ରାଜେଶ ତରାଇ ପ୍ରମୂଖ ସେମାନଙ୍କ ବାସଭବନରେ ପହଞ୍ଚି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦଶ ହଜାର (୧୦,୦୦୦/-) ହିସାବରେ କୋଡ଼ିଏ ହଜାର (୨୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ସେମାନେ ଏବଂ ସେମାନଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
Article Image
7